ଆଇପିଏଲ ପାଇଁ ପ୍ରସ୍ତୁତିପର୍ବ : ୬ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

କଟକ: ଓଡିଆ କ୍ରିକେଟରମାନଙ୍କ ପାଇଁ ଖୁସି ଖବର | ଆଇପିଏଲରେ କ୍ରିକେଟ ଫ୍ୟାନ୍ସ ଏଥର ଦେଖିବାକୁ ପାଇବେ ଓଡ଼ିଆ ଖେଳାଳିଙ୍କ ଚମକପ୍ରଦ ଖେଳ | ଆଇପିଏଲ ପାଇଁ ୬ ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ଓସିଏ |

ରାଜେଶ ଧୂପର , ପପୁ ରାଏ, ଶୁଭ୍ରାଂଶୁ ସେନାପତି , ରାଜେଶ ମହାନ୍ତି , ଗୌରବ ଚୌଧୁରୀ ,ଓ ତାରିଣୀ ସା ଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ | ଆଇପିଏଲ୍‌ର ନୂଆ ସିଜିନ୍ ପାଇଁ ଓଡ଼ିଶାର ଏହି ୬ କ୍ରିକେଟରଙ୍କୁ ନିଲାମରେ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ | ଯଦି କେଉଁ ଦଳ ଏହି ଖେଳାଳି ମାନଙ୍କୁ କିଣେ, ତା’ହେଲେ ଆଇପିଏଲ୍‌ର ଆସନ୍ତା ସିଜିନ୍‌ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ | ଚଳିତ ସିଜନରେ ଏହି ୬ ଜଣ ଖେଳାଳି ଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି ବୋଲି ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା |