ଭୁବନେଶ୍ୱର: ମନ୍ଦିରରୁ ଚୋରି କରିବା ଚୋର ପାଇଁ ଏତେ ମହଙ୍ଗା ପଡିବ ବୋଲି କେବେ ଭାବିନଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଏହି ଘଟଣାଟି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମର କାଞ୍ଚିଲି ମଣ୍ଡଳର ଯାଦୁପୁଦି ଗ୍ରାମର। ୩୦ ବର୍ଷୀୟ ଚୋରଟି ମଦ ପାଇଁ ମନ୍ଦିରକୁ ଟାର୍ଗେଟ କରିଥିଲା। ସେ ଗାଁରେ ଥିବା ଏକ ମନ୍ଦିରର କାନ୍ଥରେ ଏକ ଗର୍ତ୍ତ କରି ଭିତରକୁ ପ୍ରବେଶ କରିଥିଲା। ଠାକୁରଙ୍କ ରୂପା ଅଳଙ୍କାର ଚୋରି କରି ସେହି ଗର୍ତ୍ତରୁ ଖସିଯିବାକୁ ଚେଷ୍ଟା କରୁଥିଲା। ହେଲେ ଭଗବାନ କିନ୍ତୁ ଚୋରକୁ ଯେମିତି ଉଚିତ ଶାସ୍ତି ଦେବାକୁ ଚାଁହୁଥିଲେ । ଚୋରା ଖୋଳିଥିବା ଗର୍ତ୍ତରୁ ବାହାରକୁ ଯିବାବେଳେ ଅଧାରେ ଅଟକି ଯାଇଥିଲା । ଶରୀରର ଅଧା ଅଂଶ ମନ୍ଦିର ଭିତରେ ଏବଂ ଅଧା ଅଂଶ ମନ୍ଦିର ବାହାରେ ଫସି ଯାଇଥିଲା ।
A burglar trapped in the act at Jhadupudi Jami Yellamma #Temple in Kanchili mandal of Srikakulam dist. Enters through a small ventilation window, but just couldn’t get out.#AndhraPradesh #Kanchili #Jhadupudi #Srikakulam #Burglar #Funny #JamiYellammaTemple pic.twitter.com/XF6SGG9LYI
— Surya Reddy (@jsuryareddy) April 5, 2022
ଯେତେବେଳେ ସକାଳେ ମନ୍ଦିର ଖୋଲାଗଲା, ପୁରୋହିତ ଦେଖିଲେ ଚୋରଟି ଗର୍ତ୍ତରେ ଫସି ରହିଛି । ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ବହୁ କଷ୍ଟରେ ଚୋରକୁ ଉଦ୍ଧାର କରିଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କି ଚୋରକୁ କୋର୍ଟ ଚାଲାଣ କରିଥିଲା। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।