୧ ଲକ୍ଷ ନିବେଶ କରିଥିଲେ ଆଜି ହୋଇଥାନ୍ତେ କୋଟିପତି , ଆପଙ୍କ ପାଖରେ ଅଛି କି ଏହି ସେୟାର ?

ଭୁବନେଶ୍ୱର: ଆଜିକାଲି, ନିବେଶକମାନେ ଷ୍ଟକ୍ ମାର୍କେଟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅନେକ ଛୋଟ ଏବଂ ବଡ ଷ୍ଟକ୍ ନିବେଶକମାନଙ୍କୁ କମ ଦିନରେ ଭଲ ରିଟର୍ନ ଦେଉଛନ୍ତି । ଆଜି ଆମେ ଏପରି ଏକ ଷ୍ଟକ୍ ବିଷୟରେ କହୁଛୁ ଯାହାକି ନିବେଶକମାନଙ୍କୁ କୋଟିପତି କରିଦେଇଛି ।

Balaji Amines ଏହି ରାସାୟନିକ ଷ୍ଟକ୍ ମୂଲ୍ୟ ବର୍ତ୍ତମାନ ସେୟାର ପିଛା ୩୬୭୨.୯୫ ଟଙ୍କାରେ ପହଞ୍ଚିଛି, ଯେତେବେଳେ କି ୫ ଏପ୍ରିଲ ୨୦୦୭ ରେ NSE ରେ ଏହାର ମୂଲ୍ୟ ସେୟାର ପ୍ରତି ୨୮.୪୨ ଟଙ୍କା ଥିଲା।

ଯଦି ନିବେଶକ ୧୫ ବର୍ଷ ପୂର୍ବେ ଏହି ମଲ୍ଟିବ୍ୟାଗର୍ ଷ୍ଟକ୍ ରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତା’ହେଲେ ତାଙ୍କର ୧ ଲକ୍ଷ ଆଜି ପ୍ରାୟ ୧.୨୯ କୋଟି ଟଙ୍କା ହୋଇଥାନ୍ତା ।