ଭୁବନେଶ୍ୱର: ଆପଣ ଅନେକ କାର୍ ଦେଖିଥିବେ ହେଲେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଲମ୍ବା କାର୍ ବିଷୟରେ କହୁଛୁ, ଯାହାର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରେକର୍ଡ କରାଯାଇଛି ।
ଏହି କାର୍ ୧୯୮୬ ରେ କାଲିଫର୍ନିଆର ବରବ୍ୟାଙ୍କ (california burbank) କଷ୍ଟମାଇଜର୍ ଜୟ ଓହବର୍ଗଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଏହାର ଲମ୍ବ ୬୦ ଫୁଟ । ୨୬ ଚକ ଥିବା ଏହି କାରର ଆଗ ଏବଂ ପଛରେ ଦୁଇଟି ଇଞ୍ଜିନ୍ ରହିଛି, ଯାହାକି ବହୁତ ଶକ୍ତିଶାଳୀ । ଏହି କାର୍ ପୁନଃ ସ୍ଥାପିତ ହୋଇଛି । ଏବେ କାରଟି ୩୦.୫ ମିଟରକୁ ବୃଦ୍ଧି ପାଇଛି, ଯାହା ପୂର୍ବ ଅପେକ୍ଷା ଟିକିଏ ଅଧିକ। ଡିଜାଇନର୍ ଏହି କାରକୁ ଇବେରୁ କିଣିଛନ୍ତି ଏବଂ ଏହାର ମୂଲ୍ୟ ୨.୫ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୨୦ ମିଲିୟନ୍ ଅଟେ ଏବଂ ଏହାକୁ ପ୍ରସ୍ତୁତ କରିବାକୁ ୩ ବର୍ଷ ସମୟ ଲାଗିଛି ।
ଏହି କାରରେ ଆପଣ ୱାଟର ବେଡ୍, ଡାଇଭିଂ ବୋର୍ଡ ସହିତ ସୁଇମିଂ ପୁଲ୍, ବାଥ୍ ଟବ୍, ମିନି-ଗଲ୍ଫ ଲାଇବ୍ରେରୀ ଏବଂ ହେଲିପ୍ୟାଡ୍ ଥିବା ଦଖିବାକୁ ପାଇବେ । ଏହି କାରରେ ଏକାସାଙ୍ଗରେ ୭୫ ଜଣ ବସି ପାରିବେ ଏବଂ କାରର କ୍ୟାବିନରେ ରେଫ୍ରିଜରେଟର, ଟେଲିଫୋନ୍, ଟେଲିଭିଜନ୍ ଯୋଗାଇ ଦିଆଯାଇଛି।