ଆଜି ବାହୁଡା ଯାତ୍ରା, ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀକୁ ଯାତ୍ରା କରିବେ ପ୍ରଭୁ ଜଗନ୍ନାଥ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଦଶମୀ। ନଅ ଦିନର ଲୀଳାଖେଳା ସାରି ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବେ ଜଗତ ଠାକୁର ଜଗନ୍ନାଥ ।

ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଡ ଭାଇ ବଳଭଦ୍ର ପରେ ଗୁଣ୍ଡିଚା ଘରୁ ପହଣ୍ଡିରେ ବାହାରିଥିଲେ ଦେବୀ ସୁଭଦ୍ରା । ଭାଇ ଭଉଣୀ ରଥାରୁଢ଼ ହେବା ପରେ ଶେଷରେ ଧାଡ଼ି ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହୋଇଥିଲେ ମହାପ୍ରଭୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥାରୁଢ଼ ହୋଇଥିଲେ ତିନିଠାକୁର ।

ତେବେ ନିର୍ଘଣ୍ଟ ହୋଇଥିବା ନୀତି ଅନୁସାରେ ଅପରାହ୍ଣ ୧ ଟା ରୁ ୨ ଟା ୩୦ ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା। ଅପରାହ୍ଣ ୪ ଟା ରେ ରଥଟଣା ଆରମ୍ଭ ହେବ। ତେବେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।