ଭୁବନେଶ୍ୱର: ପିଲାଦିନେ ଆମେ ସମସ୍ତେ ଠେକୁଆ ଏବଂ କଇଁଛ ଦୌଡ ପ୍ରତିଯୋଗିତା ର କାହାଣୀ ଶୁଣିଛୁ ଏବଂ ପଡ଼ିଛୁ । ଦ୍ରୁତ ଏବଂ ଚାଲାକ ହେବା ସତ୍ତ୍ୱେ ମଧ୍ୟ କିଭଳି ଠେକୁଆ ରେସ ହାରିଯାଏ ଏବଂ କଇଁଛ ବିଜୟଲାଭ କରେ। କିନ୍ତୁ, ଯଦି ସେହି ଦୌଡ ପ୍ରତିଯୋଗିତା ଆଜିର ଦିନରେ ହୁଏ, ତେବେ ଏହାର ପରିଣାମ କ’ଣ ହେବ ?
ସୋସିଆଲ ମିଡିଆରେ ଠେକୁଆ ଏବଂ କଇଁଛଙ୍କ ମଧ୍ୟରେ ହୋଇଥିବା ଦୌଡ ପ୍ରତିଯୋଗିତା ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ବର୍ଷେ ପୂର୍ବରୁ ପଢିଥିବା କାହାଣୀ ଶେଷରେ ସତ ବୋଲି ପ୍ରମାଣିତ ହେଉଛି । ଭିଡ଼ିଓଟିରେ ଆପଣ ଦେଖିପାରିବେ ଯେ , ଉଭୟ କଇଁଛ ଏବଂ ଠେକୁଆକୁ ଦୌଡ ପାଇଁ ଅଲଗା ଅଲଗା ଟ୍ରାକ୍ ରେ ରଖାଯାଏ । ଏହା ପରେ ହ୍ୱିସିଲ ବାଜେ ଏବଂ ଦୌଡ ଆରମ୍ଭ ହୁଏ । ପ୍ରଥମେ ଠେକୁଆଟି ଦ୍ରୁତ ଗତିରେ ଆଗକୁ ଯିବା ପରେ ଅଧାରେ ଅଟକି ଯାଏ । ସେହି ସମୟରେ, କଇଁଛଟି ମନ୍ଥର ଗତିରେ ଆଗକୁ ଆଗକୁ ମାଡିଚାଲେ ଏବଂ ଶେଷରେ ଦୌଡ ପ୍ରତିଯୋଗିତାରେ ବିଜୟ ହୁଏ।
“The hare and the tortoise” in fact pic.twitter.com/FYFx3OXJ1N
— The Entertainer.?? (@haverkamp_wiebe) January 1, 2022
ସୋସିଆଲ ମିଡିଆରେ ଏହି ମଜାଦାର ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।