ଭୁବନେଶ୍ୱର/କେରଳ: ଗାଡିରେ କମ୍ ତେଲ ଥିବାରୁ କଟିଲା ଚାଲାଣ । କେରଳ ଟ୍ରାଫିକ ପୋଲିସ ଦ୍ୱାରା କଟାଯାଇଥିବା ଏକ ଚାଲାଣ ଏବେ ସୋସିଆଲ ମିଡିଆରେ ଭାଇରାଲ ଖୁବ ଭାଇରଲ ହେବାରେ ଲାଗିଛି । ଜଣେ ବ୍ୟକ୍ତିଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିଲା। କାରଣ ତାଙ୍କ ରସିଦ ଉପରେ ଲେଖାଯାଇଥିଲା, “ଗାଡିରେ କମ୍ ତେଲ” ।
ବାସ୍ତବରେ କେରଳର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚାଲାଣ କଟିଥିବା ରସିଦର ଏକ ଫଟୋ ପୋଷ୍ଟ କରିଥିଲେ। ଆଉ ଚାଲାଣ କାଟିବାର କାରଣ “ଗାଡିରେ କମ୍ ତେଲ” ବୋଲି ଦର୍ଶାଯାଇଥିଲା । ଯଦିଓ ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେ ଭୁଲ ସାଇଡ୍ ରେ ବାଇକ ଚଳାଉଥିଲେ, ଯେଉଁଥିପାଇଁ ତାଙ୍କ ଠାରୁ ୨୫୦ ଟଙ୍କା ଆଦାୟ କରାଯାଇଥିଲା । ତତ୍ପରତା ହେତୁ ସେ ରସିଦ ଦେଖିପାରିନଥିଲେ। ଏପରି ପରିସ୍ଥିତିରେ, ଏହି ଚାଲାଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।