ଡ୍ରାଇଭିଂ ଲାଇସେନ୍ସ ବିନା ଚଲାନ୍ତୁ ଏହି ଗାଡି, ଚାଲାଣ କାଟିପାରିବେନି ଟ୍ରାଫିକ ପୋଲିସ !

ଭୁବନେଶ୍ୱର : ଆଜିକାଲି ଭାରତରେ ଅନେକ ଛାତ୍ରଛାତ୍ରୀ ସ୍କୁଟର ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ହୋଇନଥାଏ । ଏହି କାରଣରୁ ଟ୍ରାଫିକ ପୋଲିସ ଅନେକ ଥର ଆଇନ ଭଙ୍ଗିବା କାରଣରୁ ଚାଲାଣ କାଟିଥାନ୍ତି । ଯଦି ଆପଣଙ୍କର ପିଲା କଲେଜକୁ ଯାଉଛନ୍ତି କିମ୍ବା କୋଚିଂ ଯାଉଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏପରି ଇଲେକ୍ଟ୍ରିକ ସ୍କୁଟର ବିଷୟରେ କହିବାକୁ ଯାଉଛୁ ଯାହାକୁ ଚଲାଇବା ପାଇଁ ଲାଇସେନ୍ସ ଆବଶ୍ୟକ ନାହିଁ ଏବଂ ସେମାନେ ଏହାକୁ ମଧ୍ୟ ଅତି ସହଜରେ ଚଲେଇପାରିବେ ।

 

Detel Easy Plus କେବଳ ଏକ ହାଲୁକା ଇଲେକ୍ଟ୍ରିକ୍ ସ୍କୁଟର ନୁହେଁ ବରଂ ଏହାକୁ ଚଲାଇବା ପାଇଁ ଆପଣଙ୍କୁ ଲାଇସେନ୍ସର ମଧ୍ୟ ଆବଶ୍ୟକ ପଡିବ ନାହିଁ। ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ନିକଟରେ ଭାରତରେ ଲଞ୍ଚ କରାଯାଇଛି। ଏହା ଆକାରରେ ଛୋଟ ଏବଂ ଏହାର ଓଜନ ମଧ୍ୟ ବହୁତ କମ୍, ତେଣୁ ଏହାକୁ ଚଲେଇବା ଏତେ କଷ୍ଟକର ନୁହେଁ । ଏହି ସ୍କୁଟରେ ଆପଣ ୬୦ କିଲୋମିଟର ଦୂରତା ଅତି ସହଜରେ ଅତିକ୍ରମ କରିପାରିବ । ଏଥିରେ ଲାଗିଥିବା ବ୍ୟାଟେରୀଗୁଡ଼ିକ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪ ରୁ ୫ ଘଣ୍ଟା ସମୟ ଲାଗିଥାଏ । ଏହି ସ୍କୁଟରରେ ୧୭୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଖରାପ ରାସ୍ତାରେ ମଧ୍ୟ ଅତି ସହଜରେ ଗତି କରିବାରେ ସକ୍ଷମ ହେବେ । ଏହାର ମୂଲ୍ୟ ୪୧,୯୯୯ ଟଙ୍କା ରହିଛି।

 

Post End