Odia

ରାଉରକେଲାରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ , ନ୍ୟାୟ ପାଇଁ ଥାନାରେ ପରିବାର ଲୋକେ ।

ରାଉରକେଲା ରେ ଲଜ୍ୟା । ଜଣେ ଆଦିବାସୀ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଯୁବତୀଙ୍କ ପରିବାର ଲୋକେ । ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଛେଣ୍ଡ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ଗତକାଲି ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଏକ ଗ୍ରାମର ଜଣେ 20 ବର୍ଷୀୟ ଯୁବତୀଙ୍କୁ କିଛି ଦୁର୍ବୁତ୍ତ ସନ୍ଧ୍ୟା ସମୟରେ ଦୁଇଟି ବୋଲେରୋ ଯୋଗେ ଉଠାଇ ନେଇଥିଲେ । ଉଠାଇ ଆଣିବା ପରେ ରାଉରକେଲା ଛେଣ୍ଡ ଥାନା ଅଞ୍ଚଳରେ ବାରମ୍ବାର ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା । ଏନେଇ ନିଜେ ପୀଡିତା ଜଣକ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଦୁଷ୍କର୍ମ କାରୀ କିଏ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପିଡୀତାଙ୍କ ଠାରୁ ଅଧିକ ତଥ୍ୟ ନେଇ ପୋଲିସ ଦୁଷ୍କର୍ମ କାରୀଙ୍କୁ ଖୋଜିବା ଆରମ୍ଭ କରିଛି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close