Odia

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ , ଗୋଟିଏ ଦିନରେ ୨୭୫୨ ଜଣଙ୍କୁ ଜୋରିମାନା ୧୯ ଟି ଦୋକାନ ବନ୍ଦ

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ତେବେ ଭୁବନେଶ୍ୱର ଓ କଟକରେ କରୋନା ନିୟମ ବା କୋଭିଡ କଟକଣାକୁ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିତ ପରେ ଅମାନିଆଙ୍କୁ ସାବାଡ଼ ପାଇଁ ଡିଜିପି ଶ୍ରୀ ଅଭୟ ନିର୍ଦେଶ ଦେଇଥିଲେ। ସେଥିପାଇଁ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଏବଂ କଟକ ରେ COVID-19 ନିୟମ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ ପୋଲିସ 5188 ଜଣଙ୍କୁ କୋର୍ଟ ଚାଲାଣ କରିଛି । ଏବଂ ଭୁବନେଶ୍ୱର DCP ଉମାଶଙ୍କର ଦାଶ ଟ୍ୱିଟ କରି କହିଛନ୍ତି ଯେ 19 ଟି ଦୋକାନ ବନ୍ଦ ହୋଇଛି ଏବଂ ମାସ୍କ ନ ପିନ୍ଧିବା ଏବଂ ସହରରେ ସାମାଜିକ ଦୂରତା ନେବା ଭଳି COVID-19 ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି 2752 ଜଣଙ୍କୁ ଜରିମାନା କରାଯାଇଛି ।

ସୂଚନାନୁଯାଇ ମାର୍କେଟ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ ଅମାନିଆଙ୍କୁ ପାନେ ଦେବ । ହଟସ୍ପଟ ଉପରେ କଡ଼ା ନଜର ରଖାଯିବ ବୋଲି ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି । ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ ପୁଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ ବୋଲି ଶ୍ରୀ ଅଭୟ କହିଛନ୍ତି । କୋଭିଡ ଏନଫୋର୍ସମେଣ୍ଟ ପାଇଁ ପ୍ରତି ଜୋନରେ ଜଣେ ଡିସିପି ନେତୃତ୍ୱ ନେବେ ବୋଲି ଡିଜିପି କହିଛନ୍ତି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close