‘ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱଚ୍ଛ ଶକ୍ତି’ କ୍ଷେତ୍ରରେ ଦୁଇ ଭଉଣୀଙ୍କ ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଯାଆଁଳା ଭଉଣୀ | ‘ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱଚ୍ଛ ଶକ୍ତି’ କ୍ଷେତ୍ରରେ ପ୍ରଶଂସନୀୟ ଉଦ୍ୟୋଗ ହେତୁ ସ୍ମାର୍ଟସିଟି ସହରର ୨୩ ବର୍ଷୀୟା ଯାଆଁଳା ଭଉଣୀ ନିଶିତା ଏବଂ ନିକିତା ବଳିୟାର ସିଂ Forbes India 30 Under 30 ରେ ସ୍ଥାନ ପାଇଛନ୍ତି |

ନେକ୍ସସ୍ ପାୱାରର ସହ-ପ୍ରତିଷ୍ଠାତା, ସିଇଓ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ନିଯୁକ୍ତି ପାଇଥିବା ଦୁଇ ଭଉଣୀ ଭବିଷ୍ୟତ ପାଇଁ ନିର୍ମାଣ କରୁଛନ୍ତି ଲିଥିୟମ୍-ଆୟନ ବ୍ୟାଟେରୀ ଚଳିତ ଏକ ବୈଦ୍ୟୁତିକ ଯାନ, ଯାହା Forbes India 30 Under 30ର ୱେବ୍ ପୃଷ୍ଠାରେ ସ୍ଥାନପାଇଛି |

ଏ ମହାମାରୀ ପରିସ୍ଥିତି ସତ୍ୱେ ବି ଏହି ଦୁଇ ଭଉଣୀ ନିରନ୍ତର କଠିନ ପରିଶ୍ରମ କରି ଯୁବ ସଫଳତା ତାଲିକା ଭୁକ୍ତ ହୋଇଛନ୍ତି |

ସୂଚନା ଅନୁସାରେ, ଉଦ୍ୟୋଗୀ ଭାବେ କାର୍ଯ୍ୟ କରି ଭଉଣୀଦ୍ଵୟ ଫସଲରୁ ପ୍ରୋଟିନ ବ୍ୟବହାର କରି ସେଥିରେ ଜୈବିକ ବ୍ୟାଟେରୀ ଉଦ୍ଭାବନ କରିବାକୁ ଚେଷ୍ଟା କରୁଛନ୍ତି | ଯଦି ସେମାନେ ସେମାନଙ୍କ ଉଦ୍ୟମରେ ସଫଳ ହୁଅନ୍ତି ,ତେବେ ଜୈବିକ ବ୍ୟାଟେରୀ ଖୁବ ଶୀଘ୍ର ବଜାରକୁ ଆସି ବୈଦ୍ୟୁତିକ ଯାନର ମାଇଲେଜ ବଢେଇବ |

Post End