ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ଘଟଣାର ନୂଆ ମୋଡ଼। କୁଆଖିଆ ପୋଲିସ ଆଗରେ ଅଭିଯୁକ୍ତର ନୂଆ ବୟାନ। ମୃତୁର ପୂର୍ବଦିନ ରାତିରେ ଏକାଠି ଥିଲେ ରାକେଶ ଓ ଝରଫୁଲ।
ରାକେଶ ହେଉଛି ଝରଫୁଲର ପୁରୁଷ ବନ୍ଧୁ। ଝରା ଫୁଲ କୁ ମୁଁ ହତ୍ୟା କରିନାହିଁ କହିଲା ରାକେଶ। 26 ତାରିଖ ରୁ 27 ତାରିଖ ପର୍ଯ୍ୟନ୍ତ ଝରାଫୁଲ ଏବଂ ରାକେଶ ଖଣ୍ଡଗିରି ର ଧର୍ମ ବିହାରରେ ଏକ Oyo ହୋଟେଲ ରେ ରହିଥିଲେ।
ଶିବସାଇ ଗେଷ୍ଟ ହାଉସ ରେ ରାତିରେ ଦୁହେଁ ଏକାଠି ରହିଥିଲେ। ଏହାର ସିଧା ସିଧା ସଳଖ ଚିତ୍ର ସିସି ଟିଭିରେ କଏଦ ହୋଇଛି। 27 ତାରିଖ ଦିନ ସକାଳେ ଦୁଇ ଜଣ ଯୁବକ ତାଙ୍କୁ ସ୍କୁଟି ରେ ବସାଇ ନେଇ ଯାଉଥିବା ସିସି ଟିଭିରେ କଏଦ ହେଉଛି।
ରାକେଶ କହିବା କଥା ହେଉଛି ଝରଫୁଲ ର ଫୁଡ଼ ପଏଜନ ରେ ମୃତୁ ହୋଇଛି। ଯଦି ଫୁଡ଼ ପ ଏ ଜନ ରେ ମୃତୁ ହୋଇଥିଲା ତେବେ କାହିଁକି ମୃତ ଦେହକୁ ସ୍କୁଟି ରେ ବସାଇ ଏତେ ବାଟ ନେଉଥିଲେ ଏସବୁ ଏବେ ପୋଲିସ ପାଇଁ ଏକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।
ଯାହା ପୋଲିସ କହିବା କଥା ଅଭିଯୁକ୍ତ ରାକେଶ କୁ ପୋଲିସ ଖଣ୍ଡଗିରି ଆଣିବ ଅଧିକ ପଚରା ଉଚରା ପାଇଁ ତାପରେ ମୁତ୍ଯୁ ପଛରେ ରହସ୍ୟ ହଟିବ।