ଆପତ୍ତିଜନକ ଟ୍ୱିଟ କରିବା ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀଭାବେ ସସପେଣ୍ଡ

ମୁମ୍ବାଇ: ଟ୍ୱିଟ କରିବା ମହଙ୍ଗା ପଡିଲା | ସ୍ଥାୟୀଭାବେ ସସପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ |

ସବୁବେଳେ ସମାଲୋଚନା ଧର୍ମୀ ମନ୍ତବ୍ୟ ଦେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଏକ ନମ୍ବରରେ ଅଛନ୍ତି | ପୂର୍ବରୁ ଚାଷୀ ଆନ୍ଦୋଳନକୁ ନେଇ ଚାଷୀମାନଙ୍କ ବିରୋଧରେ ଟ୍ୱିଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ | ଆଉ ଏଥିପାଇଁ ଟ୍ରୋଲ୍‌ର ଶୀକାର ମଧ୍ୟ ହୋଇଥିଲେ | ଏବେ ପଶ୍ଚିମବଙ୍ଗରରେ ଘଟିଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ କଙ୍ଗନା| ଏଇଭଳି ଭାବେ ଟ୍ୱିଟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ ସ୍ଥାୟୀଭାବେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍ କରାଯାଇଛି |

ନିଜ ଟ୍ୱିଟର ଆକାଉଣ୍ଟରେ, ପଶ୍ଚିମବଙ୍ଗରେ ଟିଏମସି ଜିତିବା ପରେ କଙ୍ଗନା ରାଷ୍ଟ୍ରପତିଙ୍କ ଶାସନ ଜାରି ପାଇଁ ଦାବି କରିଥିଲେ | ପଶ୍ଚିମବଙ୍ଗରେ ହିଂସା ହୋଇଥିବା ଖବର ଆସିବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିକୁ ଟାର୍ଗେଟ କରିଥିଲେ କଙ୍ଗନା | ଖାଲି ସେତିକି ନୁହେଁ କଙ୍ଗନା ଇଙ୍ଗିତ କରି କହିଥିଲେ ଯେ, ଆସାମ ଏବଂ ପୁଡୁଚେରୀରୁ ହିଂସା ହୋଇଥିବାର କୌଣସି ଖବର ଆସିନାହିଁ କାରଣ ସେଠାରେ ବିଜେପି ବିଜୟର ବାନା ଉଡେଇଛି | କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି ଜିତିବା ପରେ ହିଂସା ଆଉ ଶହ ଶହ ହତ୍ୟା ହୋଇଛି | ଅଭିନେତ୍ରୀ କଙ୍ଗନା ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ମଧ୍ୟ ଟୁଇଟ କରିଛନ୍ତି | ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସସପେଣ୍ଡ୍ କରାଯାଇଛି |