ଲାଲକିଲ୍ଲା ହିଂସା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ହିଂସା ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ | ମହିନ୍ଦର ସିଂ ଖାଲସା ଓ ମନଦୀପ ସିଂକୁ ଗିରଫ କରିବାରେ ସଫଳ ହେଲେ ଦିଲ୍ଲୀ ପୋଲିସର କ୍ରାଇମ ଶାଖା |

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଜାମ୍ମୁରୁ ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି | ସେମାନଙ୍କ ମଧ୍ୟରୁ ଜଣେ ମହିନ୍ଦର ସିଂ ଖାଲସା ଯିଏ କି, ଜାମ୍ମୁର ଜଣେ ପ୍ରମୁଖ କୃଷକ ନେତା ତତ ସଙ୍ଗେ ସଂଗେ ଜାମ୍ମୁ କାଶ୍ମୀର ୟୁନାଇଟେଡ୍ କିସାନ୍ ଫ୍ରଣ୍ଟର ଚେୟାରମ୍ୟାନ୍ | ସେ ଜାମ୍ମୁ ସହରର ଚାଥା ଅଞ୍ଚଳର ବାସିନ୍ଦା ମଧ୍ୟ | ଦ୍ୱିତୀୟ ବ୍ୟକ୍ତି ଜଣକ ହେଲେ ଜାମ୍ମୁର ଗୋଲେ ଗୁଜରାଲର ବାସିନ୍ଦା ମନଦୀପ ସିଂ | ଦୁଇ ଅଭିଯୁକ୍ତ ଜାନୁଆରୀ ୨୬ ଲାଲକିଲ୍ଲା ହିଂସା ପାଇଁ ଷଡଯନ୍ତ୍ର ରଚନା କରିଥିଲେ |

ଜାନୁଆରୀ ୨୬ ରେ କୃଷକଙ୍କ ଟ୍ରାକ୍ଟର ପ୍ୟାରେଡ଼ ସମୟରେ ଲାଲ ଦୁର୍ଗରେ ହୋଇଥିବା ହିଂସା ଘଟଣାରେ ସେମାନେ ସକ୍ରିୟ ଅଂଶଗ୍ରହଣକାରୀ ଏବଂ ପ୍ରମୁଖ ଷଡଯନ୍ତ୍ରକାରୀ ବୋଲି ପୋଲିସ ମିଡ଼ିଆ ଆଗରେ କହିଛନ୍ତି |

ଦିଲ୍ଲୀ ପୋଲିସ ଅତିରିକ୍ତ ଜନ ସମ୍ପର୍କ ଅଧିକାରୀ ଅନିଲ ମିତ୍ତଲ କହିଛନ୍ତି ଯେ ”ସୋମବାର ରାତିରେ ଉଭୟ ମହିନ୍ଦର ଏବଂ ମନଦୀପକୁ ଗିରଫ କରାଯାଇଥିଲା ଏବଂ ତୁରନ୍ତ ପଚରାଉଚରା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା | ଜାମ୍ମୁ କାଶ୍ମୀର ପୋଲିସର ସହଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା |”