ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଦୁଇ ଝିଅ

ବାଲେଶ୍ୱର : କନ୍ୟାଶ୍ରମରେ ନିର୍ଯ୍ୟାତନା, ଅଭିଯୋଗ ଆଣିଲେ ଦୁଇ ଝିଅ |

ବାଲେଶ୍ୱର ଜିଲ୍ଲା ସୋରର କସ୍ତୁରବା କନ୍ୟାଶ୍ରମରୁ ଦୁଇ ଜଣ ଝିଅ ଲୁଛିକି ପଳାଇଥିଲେ | ଉଦ୍ଦେଶ୍ୟ ଥିଲା ନିର୍ଯ୍ୟାତନା ବିଷୟରେ ଅଭିଯୋଗ କରିବେ ଜିଲ୍ଲାପାଳଙ୍କ ନିକଟରେ | କିନ୍ତୁ ବାଟ ନ ପାଇବାରୁ ଦୁହେଁ ବସଷ୍ଟପ ପାଖରେ ବସି କାନ୍ଦୁଥିଲେ | ସ୍ଥାନୀୟ ଲୋକେ ଦୁଇ ଝିଅଙ୍କ ବିଷୟରେ ଜାଣି ପୋଲିସକୁ ଖବର ଦେଇଥିଲେ | ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି | ୨ ଜଣ ଝିଅଙ୍କ ମଧ୍ୟରୁ ଜଣେ ନାବାଳିକା ଓ ଆଉ ଜଣେ ସାବାଳିକା ବୋଲି ମିଳିଥିବା ତଥ୍ୟରୁ ଜଣାପଡିଛି |

ଉକ୍ତ କନ୍ୟାଶ୍ରମରେ ବିନା କାରଣରେ ନିର୍ଯାତନା ଆଉ ଅଭିଯୋଗ କଲେ ମାଡ଼ ମରାଯାଉଥିବା ସହ ସେଠାରେ ଭଲଭାବେ ଖାଇବାକୁ ମଧ୍ୟ ଦିଆଯାଉ ନାହିଁ ବୋଲି ଦୁଇ ଝିଅ ଅଭିଯୋଗ ଆଣିଛନ୍ତି | ଯେଉଁଥିପାଇଁ ସେମାନେ କନ୍ୟାଶ୍ରମରୁ ଲୁଛି ଅଭିଯୋଗ କରିବାପାଇଁ ଜିଲ୍ଲାପାଳଙ୍କ ନିକଟକୁ ଯାଉଥିଲେ |
ପୋଲିସ ଏ ଘଟଣାର ସତ୍ୟାସତ୍ୟ ପାଇଁ ଅନୁସନ୍ଧାନ ଜାରି ରଖିଛି |