ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ : ଟପ୍‌ ୧୦ ‌ରେ ୨ ଓଡ଼ିଆ

ନୂଆଦିଲ୍ଲୀ: ଶେଷରେ ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ୍‌ସି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପ୍ରଦିପ ସିଂହ ଟପର ହୋଇଥିବା ବେଳେ ଟପ୍ ଟେନରେ ରହିଛନ୍ତି ଦୁଇ ଓଡ଼ିଆ । ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବା ବେଳେ ସଂଜିତା ମହାପାତ୍ରଙ୍କୁ ମିଳିଛି ଦଶମ ରାଙ୍କ ।

ସେହିପରି ୧୦୭ତମ ସ୍ଥାନରେ ଓଡ଼ିଆ ପୁଅ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ ଓ ୨୦୨ତମ ସ୍ଥାନରେ ରହିଛନ୍ତି ରାହୁଲ ମିଶ୍ର ରହିଥିବା ବେଳେ ୨୨୫ତମ ରାଙ୍କରେ ହେମା ନାୟକ ଥିବା ବେଳେ ୨୨୯ ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ରାଙ୍କରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି ।

ଏହାବ୍ୟତୀତ ୩୦୦ ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର । ୪୪୧ ରାଙ୍କରେ ସମୀର କୁମାର ଜେନା, ୫୬୭ ତମ ରାଙ୍କରେ ମାନସ ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର । ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଏବଂ ୮୧୯ସ୍ଥାନରେ ବିଭୂତି ଭୂଷଣ ନାୟକ ରହିଛନ୍ତି ।