ଭୁବନେଶ୍ୱର: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଆଉ ଫଟୋ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ, ଆଉ କହିବେ ଏଭଳି ସ୍ଥିତିରେ ମଧ୍ୟ କିଭଳି ମଣିଷ ମାନବିକତାର ପରିଚୟ ଦେଇପାରୁଛି ।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓଟିରେ ଆପଣ ଦେଖିବାକୁ ପାଇବେ ଯେ, ଜଣେ ରୁଷିଆନ ସୈନିକ ୟୁକ୍ରେନ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ କାନ୍ଦିବାକୁ ଲାଗୁଛନ୍ତି। ହେଲେ ୟୁକ୍ରେନ ସେନା ତାଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ଓଲଟି ତାଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ । ଏହା ସହ ତାଙ୍କୁ ଘରକୁ ପଠାଇବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କରାଇଥିଲେ ।
ଆତ୍ମସମର୍ପଣ କରିଥିବା ରୁଷିଆନ ସେନା ଫୋନରେ ତାଙ୍କ ମାଆଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ । ତା’ପରେ ଜଣେ ୟୁକ୍ରେନ ସେନା ତାଙ୍କ ମାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ତାଙ୍କ ପୁଅ ସୁରକ୍ଷିତ ଅଛନ୍ତି । କୁହାଯାଉଛି ଯେ ରୁଷର ଏହି ଯବାନକୁ ୟୁକ୍ରେନ ସୈନିକମାନେ କାବୁ କରିଥିଲେ। ଏହି ଭିଡିଓ ଭାଇରଲ ହେବା ପରେ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି ।