ଭୁବନେଶ୍ୱର: ଗତ ୧୨ ଦିନ ଧରି ଋଷର କ୍ଷେପଣାସ୍ତ୍ର, ବୋମା ବିସ୍ଫୋରଣ ଏବଂ ଟ୍ୟାଙ୍କର ଶବ୍ଦରେ ଥରି ଉଠୁଛି ପୁରା ୟୁକ୍ରେନ । ଏହାରି ମଧ୍ୟରେ ୟୁକ୍ରେନ ସୈନବାହିନୀର ଏକ ପ୍ରେମୀ ଯୁଗଳଙ୍କ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ବିବାହ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଆପଣ ଦମ୍ପତିଙ୍କ ମୁହଁରେ କୌଣସି ପ୍ରକାରର ଭୟ ଦେଖିବାକୁ ପାଇବେନି ।
ୟୁକ୍ରେନ ପ୍ରେମୀ ଯୁଗଳ ‘ଭାଲେରୀ ଏବଂ ଲେସିଆ’ଙ୍କ ବିବାହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିବିସି ରିପୋର୍ଟ ଅନୁଯାୟୀ, ଦୁହେଁ ୟୁକ୍ରେନର ରାଜଧାନୀ କ୍ୱିବର ଏକ ଚେକପଏଣ୍ଟରେ ବିବାହ କରିଥିଲେ। ଏଥିରେ ଭାଲେରୀ ଏବଂ ଲେସିଆ ମଧ୍ୟ ସାମରିକ ପୋଷାକରେ ନଜର ଆସିଥିଲେ ।
This couple, Lesya and Valeriy, just got married next to the frontline in Kyiv. They are with the territorial defense. pic.twitter.com/S6Z8mGpxx9
— Paul Ronzheimer (@ronzheimer) March 6, 2022
ସୈନିକ ଦମ୍ପତିଙ୍କ ବିବାହ ପାଇଁ ୟୁକ୍ରେନ ସୈନିକମାନଙ୍କ ଦ୍ୱାରା ଏକ ଛୋଟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ବିବାହ ପରେ ସାମରିକ ପ୍ରେମୀ ଯୁଗଳ ପୁନର୍ବାର ଋଷ ବିରୁଦ୍ଧରେ ଛିଡା ହୋଇଥିଲେ । ଏହି ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।