ବୁଡି ଯାଉଥିବା ଯୁବକକୁ ବଞ୍ଚେଇବା ପାଇଁ ନଦୀକୁ ଡେଇଁପଡ଼ିଲେ ସବ୍-ଇନ୍ସପେକ୍ଟର…ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ନଦୀରେ ବୁଡ଼ି ଯାଉଥିବା ଜଣେ ଯୁବକକୁ ବଞ୍ଚାଇବା ପାଇଁ ପୋଲିସର ଜଣେ ସବ୍-ଇନ୍ସପେକ୍ଟର ନଦୀକୁ ଡେଇଁପଡିଥିଲେ। ଜଣେ ସାହସୀ ଇନ୍ସପେକ୍ଟରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୋବାଇଲ୍ ରେ ରେକର୍ଡ ହୋଇଥିବା ଏହି କ୍ଲିପ୍ ରେ ସବ୍ ଇନ୍ସପେକ୍ଟର ଆଶିଷ କୁମାର ଜଣେ ଯୁବକଙ୍କୁ ପାଣିରୁ ଉଦ୍ଧାର କରୁଥିବାର ଦେଖିବାକୁ ମିଳିଛି ।

ପୋଲିସର ସୂଚନାନୁସାରେ, ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ସବ୍-ଇନ୍ସପେକ୍ଟର ନଦୀ କୂଳରେ ଡ୍ୟୁଟି କରୁଥିବା ବେଳେ ଜଣେ ଯୁବକ ନଦୀରେ ପଡ଼ିଯିବାର ଶବ୍ଦ ଶୁଣିବାକୁ ପାଇଥିଲେ। ଶେଷରେ କାଳବିଳମ୍ବ ନ କରି ଇନ୍ସପେକ୍ଟର ଆଶିଷ ନଦୀକୁ ଡେଇଁପଡିଥିଲେ। ଆଉ ସେ ଯୁବକଙ୍କ ଜୀବନକୁ ବଞ୍ଚେଇ ଦେଇଥିଲେ ।

ସବ୍-ଇନ୍ସପେକ୍ଟରଙ୍କ ସାହସିକତାକୁ ଆଲିଗଡ ପୋଲିସ୍ ମୁଖ୍ୟ ଆଇପିଏସ୍ କଳାନିଧି ନୈଥାନି (Kalanidhi Naithani ) ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଲିଗଡ ପୋଲିସର ଜଣେ ସାହସୀ ସବ୍-ଇନ୍ସପେକ୍ଟର ଆଶିଷ ପିଲାଦିନେ ପହଁରିବା ଶିଖିଥିଲେ, ଏହା ପରେ ସେ ବହୁ ବର୍ଷ ପର୍ଯ୍ୟନ୍ତ ପହଁରି ନଥିଲେ, କିନ୍ତୁ ବୁଡ଼ିଯାଉଥିବା ଯୁବକଙ୍କ ଜୀବନ ରକ୍ଷା କରିବା ପାଇଁ ଖାକି କେତେ ଉତ୍ସର୍ଗୀକୃତ ତାହା ଏଥିରୁ ହିଁ ସ୍ପଷ୍ଟ ଜଣାପଡୁଛି । ଏହି ସାହସିକତା ପାଇଁ ଆଶିଷଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଆଲିଗଡ ପୋଲିସ ଘୋଷଣା କରିଛି।