ଭୁବନେଶ୍ୱର: ମୋବାଇଲ୍ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ସିମ୍ କାର୍ଡକୁ ନେଇ ସରକାର ଏବେ ନୂଆ ନିୟମ କରିଛନ୍ତି। ତେବେ ସେ ନିୟମ କଣ ? କାହାକୁ ଫାଇଦା ମିଳିବ ଆଉ କାହାକୁ ନାହିଁ ଆସନ୍ତୁ ଜାଣିବା ।
ସରକାରୀ ନିୟମ ଅନୁଯାୟୀ, ଏଣିକି ୧୮ ବର୍ଷରୁ କମ୍ ଗ୍ରାହକ ନୂଆ ସିମ୍ କାର୍ଡ କିଣିପାରିବେ ନାହିଁ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ, ତେବେ ଏପରି ବ୍ୟକ୍ତିଙ୍କୁ ମଧ୍ୟ ନୂତନ ସିମ୍ କାର୍ଡ ମଧ୍ୟ ଦିଆଯିବ ନାହିଁ । ଏହି ନିୟମଗୁଡିକର ଉଲ୍ଲଂଘନ କରି, ଯଦି ସିମ୍ ଏପରି ବ୍ୟକ୍ତିଙ୍କୁ ବିକ୍ରି କରାଯାଏ, ତେବେ ସିମ୍ ବିକ୍ରୟ କରିଥିବା ଟେଲିକମ୍ କମ୍ପାନୀ ଦୋଷୀ ବୋଲି ବିବେଚନା କରାଯିବ।
ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଗ୍ରାହକମାନେ UIDAI ଆଧାରିତ ଯାଞ୍ଚ ମାଧ୍ୟମରେ ନିଜ ଘରେ ସିମ୍ ପାଇପାରିବେ। DoT ଏହାର କ୍ରମରେ କହିଛି ଯେ ଏକ ଆପ୍ / ପୋର୍ଟାଲ୍ ଆଧାରିତ ପ୍ରକ୍ରିୟା ମାଧ୍ୟମରେ ଗ୍ରାହକଙ୍କୁ ନୂଆ ସିମ୍ କାର୍ଡ ଦିଆଯିବ, ଯେଉଁଥିରେ ଗ୍ରାହକମାନେ ଘରେ ବସି ସିମ୍ କାର୍ଡ ପାଇଁ ଆବେଦନ କରିପାରିବେ।