ଭୁବନେଶ୍ୱର: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ, ସୋସିଆଲ ମିଡିଆରେ ଏପରି କିଛି ଫଟୋ ଆଉ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି । Z ପରେ ଏବେ ରୁଷରେ V ମାର୍କର ଗାଡିଗୁଡିକ ଦେଖାଯାଉଛି । ଯାହାକୁ ଦେଖିବା ପରେ ସମସ୍ତେ ଏକ ପ୍ରକାର ଭୟଭୀତ ହୋଇଯାଇଛନ୍ତି ଏବଂ ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ V ର ଅର୍ଥ କଣ ବୋଲି ?
କିଛି ଦିନ ପୂର୍ବରୁ ଦେଖାଦେଇଥିବା ରହସ୍ୟମୟ Z ଚିହ୍ନର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ,ଏବେ ସାମ୍ନାକୁ ଆସିଛି V ମାର୍କର ଗାଡି । ଏହି ଭିଡିଓକୁ ବେଲାରୁଷର ସାମ୍ବାଦିକ Tadeusz Giczan ସେୟାର କରିଛନ୍ତି। ଯେଉଁ ହେଲିକପ୍ଟରରେ ଲେଖା ହୋଇଥିବା V ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା । Z ମାର୍କ ର ଅର୍ଥ ହେଉଛି ,ଯିଏ କି ରୁଷକୁ ସମର୍ଥନ କରୁଛନ୍ତି । ଫଳରେ ରୁଷର ସମର୍ଥନରେ ଥିବା ସେହି ଗାଡ଼ିଗୁଡ଼ିକରେ Z ମାର୍କ ତିଆରି କରାଯିବ ବୋଲି କୁହାଯାଇଥିଲା । ବର୍ତ୍ତମାନ V ର ଅର୍ଥକୁ ଯୁଦ୍ଧ ବିଶେଷଜ୍ଞମାନେ କହିଛନ୍ତି ଯେ , ଏହି ଯୁଦ୍ଧରେ ବେଲାରୁଷ ରୁଷକୁ ସମର୍ଥନ କରୁଛି ଫଳରେ ଯେଉଁସବୁ ଯୁଦ୍ଧ ଟ୍ୟାଙ୍କ, ହେଲିକପ୍ଟର ଆସୁଛି ସେଥିରେ V ମାର୍କର ଥିବା ଦେଖିବାକୁ ମିଳୁଛି ।
ରୁଷକୁ ସମର୍ଥନ କରିଥିବାରୁ ବେଲାରୁଷ ନାଟୋର ବହୁ ବିରୋଧର ସମ୍ମୁଖୀନ ହୋଇଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନାଟୋ ମୁଖପାତ୍ର ବିରୋଧ କରୁଛନ୍ତି ବୋଲି କହିଛନ୍ତି।