୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା, ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଜି ବିଭିନ୍ନ ରାଜ୍ୟରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକାକରଣର ଡ୍ରାଏ ରନ୍ ସରିଛି | ସୋମବାରଠାରୁ ବିଏମ୍‌ସି ଅଞ୍ଚଳରେ ଟୀକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର |

୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସ୍ପଷ୍ଟ କରିଛନ୍ତି | ସେ କହିଛନ୍ତି, ”ସୋମବାରଠାରୁ ବିଏମ୍‌ସି ଅଞ୍ଚଳରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ | ବିନା ପଞ୍ଜୀକରଣରେ ଟିକା ଦିଆଯିବନି ଏବଂ ପଞ୍ଜୀକରଣ ପାଇଁ ଟିକାକରଣ କେନ୍ଦ୍ରକୁ ନ ଆସି କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଅନୁରୋଧ | ଭୁବନେଶ୍ୱର ମହାନଗର ଅଞ୍ଚଳରେ ଭ୍ୟାକସିନ୍‌ର ଅଭାବ ନାହିଁ | ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୭୫୮୮ ଆକ୍ଟିଭ କେସ ରହିଛି | ସଂକ୍ରାମିତଙ୍କ ଲାଗି ଏବେ ସୁଦ୍ଧା ୩୫୫୩ଟି ବେଡ୍‌ ଉପଲବ୍ଧ ରହିଛି | ତା ମଧ୍ୟରୁ ୫୩୧ଟି ICU ଏବଂ ୫୩୬ଟି HDU ବେଡ୍‌ ରହିଛି |”

ସେ ଆହୁରି ମଧ କହିଛନ୍ତି ,”ବିଏମ୍‌ସି ଅଧୀନରେ ସାଧାରଣ ବେଡ୍‌ ସଂଖ୍ୟା ୨୧୮୬ ରହିଛି | ସାଧାରଣ ବେଡ୍‌ ୫୦ ପ୍ରତିଶତ ଖାଲି ପଡ଼ିଛି | ଭୁବନେଶ୍ୱରର ୮୫% ଆକ୍ରାନ୍ତ ଘରେ ଆଇସୋଲେସନ୍‌ରେ ଅଛନ୍ତି | ପ୍ରତି ଓ୍ୱାର୍ଡର RRT ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖାଯାଇଛି |”

ବିଏମ୍‌ସି କମିଶନର ରାଜଧାନୀବାସୀଙ୍କୁ କହିଛନ୍ତି ଯେ , ”କୋଭିଡ ସଂକ୍ରମିତ ନ ହେଇଥିବା ଲୋକେ ଟେଷ୍ଟ ନ କରେଇ ବିଏମ୍‌ସିର ହେଲ୍‌ପ ଲାଇନ୍‌ ନମ୍ବରକୁ ବାରମ୍ବାର ଫୋନ ନ କରିବାକୁ ଅନୁରୋଧ କରିଛନ୍ତି| କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରାନ୍ତୁ | ରାଜଧାନୀରେ ୧୧ଟି ଘରୋଇ କୋଭିଡ୍‌ ଟେଷ୍ଟ ଲାବୋରେଟାରୀ ଅଛି | ୨୪ଟି CHC/PHCରେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଯାଉଛି |”