ଅନୁଭବଙ୍କ ବିରୋଧରେ ବର୍ଷା, ସ୍ୱାମୀଙ୍କ ବିରୋଧରେ ପତ୍ନୀ ବର୍ଷା ଆଣିଲେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ହିଟ ଯୋଡି ବର୍ଷା ଅନୁଭବଙ୍କ ସମ୍ପର୍କରେ ଲାଗିଛି ଫାଟ । ଏଭଳି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ।

କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଏସ୍ଡ଼ିଜିଏମ କଟକ ସଦର ଅଦାଲତରେ ଏନେଇ ଅଭିଯୋଗ କରିଛନ୍ତି ବର୍ଷା । ଅଭିଯୋଗ ମୁତାବକ ନିଜର ଭରଣ ପୋଷଣକୁ ନେଇ ବର୍ଷା CRALMC ନଂ 94/2020ରେ ପ୍ରୋଟେକ୍ସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ ର ଦଫା ୧୨ ,୧୭,୧୮,୧୯ ,୨୦ ଓ ୨୨ ରେ ମକଦମା ଦାୟର କରିଛନ୍ତି ।

ସେପଟେ ଏଭଳି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ମୋ ପାଖକୁ କୌଣସି ଓକିଲ ନୋଟିସ ଆସିନି ଆସିଲେ ଆପଣମାନଂକୁ ଜଣେଇବି ବୋଲି ସାମ୍ବାଦିକ ପ୍ରଶ୍ନର ଉତ୍ତର ରଖିଥିଲେ ଅନୁଭବ ।