ଭୁବନେଶ୍ୱର: ଆପଣ ଶାକାହାରୀ କିନ୍ତୁ ମାଛ ଖାଇବାକୁ ମନ ହେଉଛି କି ? ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନନ ଭେଜ୍ ଆଇଟମ୍ ଖାଇବାକୁ ଚାହାଁନ୍ତି, କିନ୍ତୁ ଅନେକ କାରଣରୁ ସେମାନେ ଏଭଳି ଖାଇବା ଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଲଣ୍ଡନରେ ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ ଗ୍ରାହକମାନକୁ ଶାକାହାରୀ ମାଛ ପରଷା ଯାଏ ।
ଲଣ୍ଡନରେ ଥିବା ଏହି ରେଷ୍ଟୁରାଣ୍ଟର ହେଉଛି ଡେନିଏଲ୍ ସଟନ୍ । ଏଠାରେ ଆପଣ ଅନେକ ପ୍ରକାରର ମାଛ ପାଇବେ । ଏଥିରେ ମାଛ ଚିପ୍ସ ରୁ ଭଜା ମାଛ, ମାଛ ତରକାରୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ମାଛ ଜିନିଷଗୁଡ଼ିକ ଭେଜ୍ ଆଇଟମରୁ ତିଆରି । ଫଳରେ ଯେକୌଣସି ଶାକାହାରୀ ବ୍ୟକ୍ତି ଏହାକୁ ଖାଇ ପାରିବେ ।
ରେଷ୍ଟୁରାଣ୍ଟର ମାଲିକଙ୍କ ଅନୁଯାୟୀ, ସେ ନିଜ ଗ୍ରାହକଙ୍କୁ ଭେଜ୍ ମାଛ ପରିବେଷଣ କରୁଛନ୍ତି। ଏକ ପରୀକ୍ଷଣ ମାଧ୍ୟମରେ ଏହି ମାଛ ତିଆରି କରାଯାଇଛି। ତାଙ୍କ ଦଳ ଏହି ସଫଳ ପରୀକ୍ଷଣ କରିଥିଲେ । ଏଥିରେ ସେ କଦଳୀ ଫୁଲ ଏବଂ ସମୁଦ୍ର ଉଦ୍ଭିଦ ସୋମ୍ପେୟାର ବ୍ୟବହାର କରିଥିଲେ । ଯେତେବେଳେ ସେମାନେ ମସଲା ସହିତ ମିଶ୍ରିତ ହୋଇ ଭଜା ହୁଅନ୍ତି, ସେତେବେଳେ ସେମାନଙ୍କର ସ୍ୱାଦ ମାଛ ପରି ହୋଇଯାଏ। ଖାସ କରି ଦୂର ଦୂରାନ୍ତରୁ ଲୋକମାନେ ଏହି ଭେଜ ମାଛ ଖାଇବାକୁ ଏଠାକୁ ଆସିଥାନ୍ତି ।