Odia

‘ ଭିକି ଡୋନର ‘ ଅଭିନେତା ଭୁପେଶଙ୍କ ଦେହାନ୍ତ

‘ ଭିକି ଡୋନର ‘ ଅଭିନେତା ଭୁପେଶଙ୍କ ଦେହାନ୍ତ : ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ ବାଜପେୟୀ, ଗଜରାଜ ରାଓ | ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଆଲୁମିନି, ଭୁପେଶ ଫୁସଫୁସ କ୍ୟାନ୍ସର ରୋଗରେ ପୀଡିତ ହେଇ ଅହମ୍ମଦାବାଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ |

‘ ଭିକି ଡୋନର ‘ , ‘ହଜାରୋଂ ଖ୍ୱାହିସେ ଏସି’, ‘ଦିଲ୍ଲୀ କ୍ରାଇମ୍’ ଇତ୍ୟାଦି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ଜଣାଶୁଣା କଳାକାର ଭୁପେଶ କୁମାର ପାଣ୍ଡ୍ୟାଙ୍କର ସେପ୍ଟେମ୍ବର ୨୩ ରେ ଦେହାନ୍ତ ହୋଇଥିଲା | ସେ ତାଙ୍କ ପତ୍ନୀ ଛାୟା ପାଣ୍ଡ୍ୟା ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ |

ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ଆଲୁମିନି, ଭୁପେଶ ଫୁସଫୁସ କ୍ୟାନ୍ସର ରୋଗରେ ପୀଡିତ ହେଇ ଅହମ୍ମଦାବାଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଭୁପେଶଙ୍କ ଦେହାନ୍ତ ଖବର ଏକ ସମ୍ମାନଜନକ ଥିଏଟର ତାଲିମ ପ୍ରତିଷ୍ଠାନର ଟ୍ୱିଟରରେ ପ୍ରକାଶ ପାଇଥିଲା | ସ୍ୱର୍ଗତ ଅଭିନେତାଙ୍କ ପରିବାର ପ୍ରତି ସମବେଦନା ଜଣେଇଥିଲେ ଏହି ଥିଏଟର ତାଲିମ ପ୍ରତିଷ୍ଠାନ |

୨୦୦୧ରେ ଏନଏସଡି ରୁ ପାସ କରିଥିଲେ ଭୁପେଶ | ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଅଭିନେତା ଫୁସଫୁସ କର୍କଟରେ ପୀଡିତ ହୋଇ ଚତୁର୍ଥ ଅବସ୍ଥା ଦେଇ ଗତି କରୁଥିଲେ ।

ଚିକିତ୍ସା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଦରକାର ଥିଲା, ଯାହା ତାଙ୍କ ପରିବାର ଏକ ପାଣ୍ଠି ସଂଗ୍ରହର ଆୟୋଜନ କରିବାକୁ ଚେଷ୍ଟା କରିଥିଲେ|
ତାଙ୍କ ଦେହାନ୍ତ ଖବର ଶୁଣି ବଲିଉଡରେ ଶୋକର ଛାୟା | ଅଭିନେତା ମନୋଜ ବାଜପେୟୀ, ଗଜରାଜ ରାଓ ଇତ୍ୟାଦି କଳାକାର ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close