ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ଏ ଭିଡିଓ , ଡିଲିଟ ହେବା ପୂର୍ବରୁ ଥରେ ଦେଖିନିଅନ୍ତୁ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଟ୍ରାଫିକ ନିୟମ ପାଇଁ କିଛି ନିୟମ ଏବଂ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ସେଗୁଡିକ ସ୍ପିଡ୍ ସୀମାରୁ ସିଟ୍ ବେଲ୍ଟ ଏବଂ ଯାତ୍ରୀଙ୍କ ସଂଖ୍ୟା ପର୍ଯ୍ୟନ୍ତ ପ୍ରୟୋଗ କରାଯାଉଛି । ପ୍ରମୁଖ ସହରଗୁଡିକରେ ପ୍ରତ୍ୟେକ ଛକରେ ଟ୍ରାଫିକ୍ ପୋଲିସ୍ ଡ୍ୟୁଟିରେ ନିୟୋଜିତ କରାଯାଇଛି । ତେବେ ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।

ବାଇକ୍ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​
ଆଇପିଏସ୍ ଅଫିସର ଦୀପାନୁ କାବ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁ ଭିଡିଓଟି ସମସ୍ତଙ୍କୁ ଚକିତ କରିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବାଇକ୍ ଚଳାଉଥିବା ଜଣେ ବ୍ୟକ୍ତି ହଠାତ୍ ରାସ୍ତା କଡ଼ରେ ଥିବା ଏକ ଘରର କାନ୍ଥ ସହିତ ମୁହାଁମୁହିଁ ଧକ୍କା ହେଉଛି। ଆଉ ଧକ୍କା ହେବ ପରେ ଲୋକଟି କାନ୍ଥରେ ପିଟି ହୋଇ ତଳେ ପଡିଯାଉଛି ।

ହେଲମେଟ ଜୀବନ ରକ୍ଷା କଲା
ଏହି ଭିଡିଓ ଦେଖି ଲୋକମାନେ ବୁଝିବାକୁ ସକ୍ଷମ ହେବେ ଯେ ,କିଭଳି ଗୋଟିଏ ହେଲମେଟ ଜଣଙ୍କ ଜୀବନକୁ ରକ୍ଷା କଲାବୋଲି । ୫ ସେକେଣ୍ଡର ଏହି ଭିଡିଓ ଏକ ଷ୍ଟ୍ରିଟ୍ ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।