ରାସ୍ତାରେ ଅଣ୍ଡା ଦେଖି ଭୁଲ କରିଦେଲେ କନେଷ୍ଟବଳ, ଭିଡିଓ ଭାଇରଲ ପରେ ..

ଭୁବନେଶ୍ୱର : ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ଏପରି ଅନେକ ଭିଡିଓ ଅଛି ଯାହା କି ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ହୋଇଥାଏ । ଏଭଳି ସ୍ଥିତିରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପଞ୍ଜାବ ପୋଲିସର ଜଣେ କନେଷ୍ଟବଳ ରାସ୍ତାରେ ଅଣ୍ଡା ଚୋରି କରୁଥିବାର ଆପଣ ଦେଖିପାରିବେ।

ଏହି ଘଟଣା ଟି ହେଉଛି ପଞ୍ଜାବ ଫତେହଗଡ ସାହିବର। ଭିଡିଓରେ ପଞ୍ଜାବ ପୋଲିସର ଜଣେ କର୍ମଚାରୀ ରାସ୍ତାରେ କିଛି ଅଣ୍ଡା ଚୋରି କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଏହି ଭିଡିଓଟି ଏସଏସପିରେ ପହଞ୍ଚିବା ମାତ୍ରେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଅଣ୍ଡା ଚୋରି କରୁଥିବା ହେଡ କନେଷ୍ଟବଳଙ୍କୁ ନିଲମ୍ବନ କରିଥିଲେ। SSP ର ଏହି ନିଷ୍ପତ୍ତିକୁ ସବୁଠାରେ ପ୍ରଶଂସା କରାଯାଉଛି ।