ଗର୍ଭବତୀ ଅବସ୍ଥାରେ ରୋମାନ୍ସ : ଦୁବାଇରେ ବିରାଟ-ଅନୁଷ୍କା

ଦୁବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ଗର୍ଭବତୀ ଅବସ୍ଥା ରେ ବି ଉପଭୋଗ କରୁଛନ୍ତି l ସେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି l ବିରାଟ ଆଇପିଏଲ୍ ୨୦୨୦ରେ ବହୁତ ଭଲ ପ୍ରଦର୍ଶନ କରୁଥିବାବେଳେ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁଛନ୍ତି l ଏହି ସମୟରେ ଉଭୟଙ୍କ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି l

https://www.instagram.com/p/CGfSWf2l_rs/

କ୍ରିକେଟର ଏବି ଡି ଭିବିଲିୟର୍ସଙ୍କ ବିରାଟ ଏବଂ ଅନୁଷ୍କା ଆରବ ଗଲ୍ଫରେ ସୂର୍ଯ୍ୟୋଦୟବେଳର ଏକ ଫଟୋ ଏକ ଦେଖିବାକୁ ମିଳିଥିଲା l ରୋମାଣ୍ଟିକ ଷ୍ଟାଇଲରେ ଉତ୍ତୋଳନ ହେଇଥିବା ଫଟୋଟି ଦୁବାଇର ପାମ ରିସର୍ଟ ଆଟଲାଣ୍ଟିସର ଅଂଚଳର l ତାଙ୍କର ଏହି ଚମତ୍କାର ଫଟୋ ଉପରେ ପ୍ରଶଂସକମାନେ ମନ୍ତବ୍ୟ ଦେଉଛନ୍ତି l ସେଲିବ୍ରେଟିମାନେ ମଧ୍ୟ ଦୁହିଁଙ୍କୁ ପ୍ରଶଂସା କରୁଛନ୍ତି l

https://www.instagram.com/p/CFZXmQTJV_e/

ଗୁଗୁଲ ସର୍ଚ୍ଚ ହେତୁ ନିକଟରେ ଅନୁଷ୍କା ଶର୍ମା ଚର୍ଚ୍ଚାରେ ଥିଲେ l ଗୁଗୁଲ୍ ସର୍ଚ୍ଚରେ ଆଫଗାନିସ୍ତାନ କ୍ରିକେଟର ତଥା ରାଜସ୍ଥାନ ରୟାଲ୍ସ ବାଙ୍ଗାଲୋର (ଆରସିବି) ଖେଳାଳି ରସିଦ ଖାନଙ୍କ ପତ୍ନୀଙ୍କ ନାମ ଜାଣିବା ପାଇଁ ‘Rashid Khan Wife’ ଲେଖି ସର୍ଚ୍ଚ କରିଲା ପରେ ଅନୁଷ୍କା ଶର୍ମାଙ୍କ ନାମ ଏବଂ ଫଟୋ ସ୍କ୍ରିନରେ ଆସୁଥିଲା l

https://www.instagram.com/p/CGg3Dg1Fshq/

ଗୁଗୁଲର ସୂଚନା ମୁତାବିକ, ଅନୁଷ୍କା ଶର୍ମା ରସିଦ ଖାନଙ୍କ ପତ୍ନୀ ବୋଲି କୁହାଯାଇଥିଲା l ସେମାନଙ୍କର ବିବାହ ତାରିଖ ୧୧ ଡିସେମ୍ବର ୨୦୧୭ ରେ ଦୃଶ୍ୟମାନ ହୋଇଥିଲା l ଲୋକମାନେ ଏହାକୁ ପରିହାସ କରିଥିଲେ l ଏହା ଗୁଗୁଲର ବୈଷୟିକ ତ୍ରୁଟି ବୋଲି ଜାଣିବାକୁ ମିଳିଥିଲା l

https://www.instagram.com/p/CFEu4R_J7Oi/