Odia

ଭୁବନେଶ୍ୱର ରେ କଟୁରି ଧରି ଜଣେ ଯୁବକଙ୍କ ଆତଙ୍କ ରାଜ, ଖୋଜୁଛି ପୋଲିସ, ଦେଖନ୍ତୁ ଭିଡ଼ିଓ ।

Bhubaneswer : ଦିନକୁ ଦିନ ରାଜଧାନୀରେ ବଢି ଚାଲିଛି ଅପରାଧ। ଅପରାଧ ଦମନ କରିବା ପାଇଁ ପୋଲିସ ମଧ୍ୟ ସବୁବେଳେ ପାଇଁ ତୟାର କିନ୍ତୁ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦିନ ଦ୍ୱିପ୍ରହର ରେ ଅପରାଧ ଘଟାଇଚାଲିଛନ୍ତି ଅପରାଧୀ । ଅପରାଧୀଙ୍କ ଷଡଯନ୍ତ୍ରର ଶିକାର ହେଉଛନ୍ତି ଅନେକ ନିରୀହ ଲୋକେ। ପ୍ରତ୍ଯକ ଦିନ ଚୋରି,ଡକାୟତି,ହତ୍ଯା ଏବଂ ଆତଙ୍କକୁ ନେଇ ଛୁଟୁଛି ଖବର ।

ଏହାରି ଭିତରେ ପୁଣି ଏକ ଖବର ସାମ୍ନାକୁ ଆସିଛି ।ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ଆତଙ୍କ ରାଜ୍ । ଘଟଣାଟି ଘଟିଛି ଶାସ୍ତ୍ରୀନଗର ଅଞ୍ଚଳରେ। ଖବର ମୁତାବକ ସକାଳୁ ସକାଳୁ ଜଣେ ଯୁବକ କଟୁରୀ ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ହାତରେ କଟୁରୀ ଧରି ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ।

ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ପାଖରେ ଲାଗିଥିବା ସିସିଟିଭିରେ ଯୁବକ କଟୁରୀ ଧରି ବୁଲୁଥିବା ଦୃଶ୍ୟ କଏଦ ହୋଇଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ କରୁଛି ।

ସୂଚନାନୁଯାଇ, ଗତ ୪ ତାରିଖରେ ବିଚ୍‌ ରାସ୍ତାରେ ମିଠା ଦୋକନୀ ଜମ୍ବୁ ସେଠୀଙ୍କୁ ଖଣ୍ଡାରେ ହାଣି ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ମିଠା ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା । ତେବେ ଏଥିରୁ ଚିନ୍ତା କରନ୍ତୁ ଏଭଳି ହାତରେ କଟୁରୀ ଧରି ଅପରାଧୀକ ମାନସିକତା ନେଇ ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଇବା କେତେ ସୁରକ୍ଷିତ?

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close