ଭୁବନେଶ୍ୱର: ଆମେ ସମସ୍ତେ ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରିଥାଉ । କିଏ ନିଜ ବୁଦ୍ଧି କୁ ଖଟାଇ ଟଙ୍କା ରୋଜଗାର କରିଥାଏ ତ ଆଉ କିଏ ନିଜ ଶରୀରର ବଳ ଲଗାଇ ଟଙ୍କା ରୋଜଗାର କରିଥାଏ । ହେଲେ କେବେ ଭାବିଛନ୍ତି ଯେ, ଘରେ ବସି କାର୍ଟୁନ ଦେଖିଲେ ଆପଣଙ୍କୁ ଟଙ୍କା ମିଳିବ ବୋଲି। ତେବେ ବ୍ରିଟେନର Nottingham ରେ ରହୁଥିବା ଆଲେକ୍ସଜାଣ୍ଡାର୍ ଟାଉନ୍ଲି (Alexander Townley) ଏପରି କାମ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
୨୬ ବର୍ଷ ବୟସ୍କା ଆଲେକ୍ସଜାଣ୍ଡାର୍ ଟାଉନ୍ଲିଙ୍କ ପ୍ରିୟ କାର୍ଟୁନ୍ ସୋ ହେଉଛି ଦି ସିମ୍ପସନ୍ (The Simpsons) ଏବଂ ସେ ଏହାକୁ ଘଣ୍ଟା ଘଣ୍ଟା ଦେଖନ୍ତି। କାର୍ଟୁନ୍ ଦେଖିବା ପାଇଁ ତାଙ୍କୁ ପ୍ରତିବର୍ଷ £୫,୦୦୦ ଅର୍ଥାତ୍ ୫ ଲକ୍ଷରୁ ଅଧିକ ଟଙ୍କା ମିଳୁଛି । ଆଲେକ୍ସଜାଣ୍ଡାର୍ ଙ୍କ ଭାଇ ତାଙ୍କୁ ଏହି ଚାକିରି ବିଷୟରେ କହିଥିଲେ ଏବଂ ସେ ମଧ୍ୟ ରାଜି ହୋଇଯାଇଥିଲେ । ଏହି ଚାକିରି ଦୈନିକ ନୁହେଁ, ସେମାନଙ୍କୁ କେବଳ କିଛି ଦିନ କାମ କରିବାକୁ ପଡିଥାଏ।
ଆଲେକ୍ସଜାଣ୍ଡାର୍ ଟାଉନ୍ଲିଙ୍କୁ ସିରିଜର ସମସ୍ତ ଏପିସୋଡ୍କୁ ଯତ୍ନର ସହ ଦେଖିବା ସହ ବିଶ୍ଳେଷଣ କରିବାକୁ ପଡେ । ସେ ହାତରେ ଏକ ନୋଟ୍ କପି ଏବଂ କଲମ ଧରି ଏପିସୋଡ୍ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି ଏବଂ ଲେଖନ୍ତି । ଆଲେକ୍ସଜାଣ୍ଡାର୍ ଗୋଟିଏ ଦିନରେ ପ୍ରାୟ ୩୦ ଟି ଏପିସୋଡ୍ ଦେଖି ସେମାନଙ୍କୁ ବିଶ୍ଳେଷଣ କରି ରିପୋର୍ଟ ଦିଅନ୍ତି । ଆଲେକ୍ସଜାଣ୍ଡାର୍ ଦେଇଥିବା ରିପୋର୍ଟ କୁ ଭିତ୍ତି କରି ଚ୍ୟାନେଲ କର୍ତ୍ତୃପକ୍ଷ ଏପିସୋଡ୍ ରେ ହୋଇଥିବା ଭୁଲ କୁ ସଂଶୋଧନ କରିଥାନ୍ତି ।