ସରକାରୀ କାର୍ଯ୍ୟାଳୟରେ ମିଳିବନି ପ୍ଲାଷ୍ଟିକ୍ ବୋତଲ ପାଣି ! ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ବଡ ପ୍ରଦୂଷକ ହେଉଛି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ । କାରଣ ଏହା ସହଜରେ ନଷ୍ଟ ହୁଏ ନାହିଁ । ଏଭଳି ସ୍ଥଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୋୖହାନ ଅଧିକାରୀଙ୍କୁ ଅଫିସରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରିବାକୁ ନିବେଦନ କରିଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି ପଦକ୍ଷେପ ଆରମ୍ଭ ହୋଇଛି। ଏହା ଅଧୀନରେ, ବର୍ତ୍ତମାନ ଡିଏମ୍ ଅଫିସ୍ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ବୋତଲରୁ ଜଳ ଯୋଗାଣ ହେବ ନାହିଁ । ଏଠାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ପାଣି ବୋତଲକୁ ଘରୁ ଆଣିବାକୁ ପଡିବ।

ଏହି ପଦକ୍ଷେପ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହେବ । ଏହା ପରେ ଏହା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ। ପରିବେଶକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।