ଗଛରୁ ଅନର୍ଗଳ ବାହାରୁଛି ପାଣି, ଲୋକଙ୍କ ବିଶ୍ୱାସ..ପାଣି ଦ୍ୱାରା ଭଲ ହେଉଛି ଏହି ରୋଗ

ଭୁବନେଶ୍ୱର : ଦୁନିଆରେ ଏପରି ଅନେକ ଚମତ୍କାର ସ୍ଥାନ ରହିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ । ଏପରି ଅନେକ ଚମତ୍କାର ଅଛି ଯାହା ପ୍ରାକୃତିକ ଅଟେ । ଏହି ଚମତ୍କାର ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଧାଇଁ ଆସନ୍ତି ସେହି ସ୍ଥାନକୁ ।

ଭାରତରେ ଏମିତି ଏକ ଗଛ ଅଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଗଛରେ ଏପରି ରହସ୍ୟମୟ ଶକ୍ତି ଅଛି ଯାହା ଲୋକଙ୍କୁ ସେହି ସ୍ଥାନକୁ ଟାଣି ନେଉଛି । ବାସ୍ତବରେ ଏହି ଗଛ ହରିୟାଣାର ନୁହା ଜିଲ୍ଲା ଠାରୁ ୩ କିମି ଦୂରରେ ଏକ ମନ୍ଦିର ନିକଟରେ ରହିଛି । ଏହାର ବିଶେଷତ୍ୱ ​​ହେଉଛି ଯେ ଏହି ଗଛରୁ କ୍ରମାଗତ ଭାବରେ ପାଣି ବାହାରକୁ ଆସୁଛି । ଦେଖିଲେ ଲାଗେ ଯେମିତି ବୋରୱେଲରୁ ପାଣି ବାହାରୁଛି । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଚମତ୍କାର ପାଣି ପିଇବା ଦ୍ୱାରା ସମସ୍ତ ରୋଗ ଭଲ ହୋଇଯାଏ ।

ଆଜି ପର୍ଯ୍ୟନ୍ତ ଏହି ଗଛ ପଛର ରହସ୍ୟକୁ କେହି ଜାଣିପାରି ନାହାଁନ୍ତି। ବୈଜ୍ଞାନିକମାନେ ମଧ୍ୟ ଏହି ଗଛ ଉପରେ ଅନୁସନ୍ଧାନ କରିଥିଲେ କିନ୍ତୁ କିଛି ଜାଣି ପାରିନଥିଲେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଗଛରେ ଭଗବାନ ବାସ କରନ୍ତି । ବହୁ ଦୂରଦୂରାନ୍ତୁ ଲୋକମାନେ ଏଠାକୁ ଆସି ମନ୍ଦିର ନିକଟରେ ଥିବା ଏହି ଗଛର ଜଳକୁ ନିଜ ଘରକୁ ନେଇଯାଆନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହି ଚମତ୍କାର ଜଳ ଚର୍ମ ରୋଗକୁ ଭଲ କରିଥାଏ ।