Odia

ସୋସିଆଲ ମିଡିଆ ଯୋଗୁଁ ଉଦ୍ଧାର ପାଇଲା ”ବାବା କା ଢ଼ାବା”

ଦିଲ୍ଲୀ: ଗୌରବ ୱାସନ ତାଙ୍କ ଇନଷ୍ଟାଗ୍ରାମର ପୃଷ୍ଠାରେ ଜଣେ ବୃଦ୍ଧ ଦମ୍ପତିଙ୍କ ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଥିଲେ , ଯିଏକି ଦିଲ୍ଲୀର ମାଲଭିଆ ନଗରଠାରେ ଏକ ଛୋଟ ଢ଼ାବା କରି ଚଳନ୍ତି |

୧୯୮୬ ମସିହାରୁ ଏହି ଦମ୍ପତି ନିକଟସ୍ଥ ଏକ ହନୁମାନ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଲୋକଙ୍କୁ ସେବା ଯୋଗେଇ ଆସୁଛନ୍ତି | କମ ତୈଳଯୁକ୍ତ , ସ୍ୱାଦିଷ୍ଟ ଏବଂ ଘରୋଇ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଦୁହେଁ ଅନେକ ପ୍ରଶଂସା ମଧ୍ୟ ପାଇଛନ୍ତି | କିନ୍ତୁ ମହାମାରୀ କରୋନା ସେମାନଙ୍କ ବ୍ୟବସାୟକୁ ଶକ୍ତ ଧକ୍କା ଦେଇଥିଲା |

“ଏପରିକି ଅଧା କିଲୋ ଜାଇରେ ପ୍ରସ୍ତୁତ ଡାଲି ବିକ୍ରି ହେଉନାହିଁ | ଖାଲି ସେତିକି ନୁହଁ ୩୦ ଟଙ୍କାରେ (ହାଫ ପ୍ଲେଟ୍ ) ପ୍ରସ୍ତୁତ ସୁଆଦିଆ ଖାଦ୍ୟ ମଧ୍ୟ ବିକ୍ରି ହେଉନାହିଁ ” ବୋଲି କାନ୍ଦି କାନ୍ଦି ଅକ୍ଟୋଜେନେରିଆନ୍ କାନ୍ତ ପ୍ରସାଦ ଗୌରବଙ୍କୁ ହାଣ୍ଡି ଖୋଲି ଦେଖେଇ ଦେଇଛନ୍ତି |

View this post on Instagram

Wait for that smile ❤️ . . #BabaKaDhaba

A post shared by Instant Bollywood (@instantbollywood) on

ଜୀବିକା ନିର୍ବାହ ପାଇଁ ପରିଶ୍ରମ କରୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଅନେକ ସମର୍ଥନ ସ୍ୱରୂପ ”ବାବା କା ଢ଼ାବା” ରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଲୋକେ ଆସି ଖାଇବା ପାଇଁ ଭିଡ଼ ଜମାଇଥିଲେ |

ସୋସିଆଲ ମିଡିଆ ଖାଲି ଯେ ନକାରାତ୍ମକ ଚିତ୍ର ଦେଖାଏ ତାହା ନୁହଁ ବରଂ ଅନେକ ସମୟରେ ସକରାତ୍ମକ ଘଟଣା ମଧ୍ୟ ଦେଖାଏ | ଆଉ ଏ ବୃଦ୍ଧ ଦମ୍ପତିଙ୍କ ଘଟଣା ପାଇଁ ସୋସିଆଲ ମିଡିଆକୁ ଯେତେ ପ୍ରଶଂସା କରାଗଲେ ବି କମ ପଡିବ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close