ଦୋକାନୀର କଥା ଶୁଣି ରାଗିଗଲେ ରାକ୍ଷୀ,ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର : କରୋନା ପାଇଁ ମୁମ୍ବାଇର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତାଲା ପକାଇ ଦେଇଛନ୍ତି। ସରକାର ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ଘରେ ରୁହନ୍ତୁ ଏବଂ ଆବଶ୍ୟକ ପଡିଲେ ବାହାରକୁ ଯାଆନ୍ତୁ ନଚେତ ନାହିଁ । ଏହି ଲକଡାଉନ୍ ସମୟରେ ଡ୍ରାମା କ୍ୱିନ ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି ଯେ ରାକ୍ଷୀ ବଜାରରେ ପନିପରିବା ଏବଂ ଫଳ କିଣୁଛନ୍ତି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ , ରାକ୍ଷୀ ସାୱନ୍ତ ଫଳ ଏବଂ ପନିପରିବା ଦୋକାନରେ କିଣାକିଣି କରୁଛନ୍ତି । କିଣାକିଣି କରିବା ପରେ ରାକ୍ଷୀ ବିଲ୍ କେତେ ବୋଲି ଦୋକାନୀକୁ ପଚାରୁଛନ୍ତି । ଆଉ ଦୋକାନୀ ଯେତେବେଳେ ୧୬୫୦ ଟଙ୍କାର ବିଲ୍ ରକ୍ଷୀଙ୍କ ହାତରେ ଧରାଇଦେଉଛି , ଆଉ ସେତିକିବେଳେ ରାକ୍ଷୀଙ୍କ ହୋସ ଉଡିଯାଉଛି । ‘ଏମାନେ ଲୋକମାନଙ୍କୁ ଲୁଟୁଛନ୍ତି , ୧୬୫୦ ଟଙ୍କା ମୂଲ୍ୟର ପନିପରିବା କେଉଁଠି ଦେଖିଛ ? ବୋଲି ଦୋକାନୀକୁ ପାଲଟା ପ୍ରଶ୍ନ କରୁଛନ୍ତି । ଏହା ପରେ ରାଗ ତମତମରେ ରାକ୍ଷୀ ସେଠାରୁ ନିଜ କାର ଧରି ଚାଲିଯାଉଛନ୍ତି ।

https://www.instagram.com/p/CNvLVRMj_JX/?utm_source=ig_embed&utm_campaign=embed_video_watch_again

ଏହି ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ରାକ୍ଷୀ ଏହି ଭିଡିଓ ମାଧ୍ୟମରେ ଲୋକଙ୍କୁ କରୋନା ଉପରେ ସଚେତନ କରିବା ସହ ମାସ୍କ ପିନ୍ଧିବାକୁ କହୁଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 

Post End