ଭୁବନେଶ୍ୱର: ଗୁଗୁଲରେ ଅଧିକ ସର୍ଚ୍ଚ ହେଉଥିବା ଫଳାଫଳଗୁଡିକର ଏକ ରିପୋର୍ଟ ଉପସ୍ଥାପନ କରିଛି, ଯେଉଁଥିରେ ମହିଳାଙ୍କ ଇଣ୍ଟରନେଟ୍ ବ୍ୟବହାର ସହିତ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି । ନୂତନ ରିପୋର୍ଟ ଅନୁଯାୟୀ, ଦେଶର ୧୫୦ ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଭାରତରେ ପ୍ରାୟ ୬୦ ନିୟୁତ ମହିଳା ଅନଲାଇନ୍ ଏବଂ ସେମାନଙ୍କର ଦୈନଦିନ ଜୀବନରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ୍ ର ବ୍ୟବହାର କରୁଛନ୍ତି। ଯେଉଁଥିରେ ୭୫% ମହିଳା ୧୫-୩୪ ବୟସ ବର୍ଗରେ ଅଛନ୍ତି । ତେବେ ଗୁଗୁଲରେ ଝିଅମାନେ କ’ଣ ଖୋଜନ୍ତି ତାହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି ।
କ୍ୟାରିୟର ସମ୍ବନ୍ଧୀୟ ସୂଚନା
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଝିଅମାନେ ନିଜ କ୍ୟାରିଅରକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ଏହିପରି ଝିଅମାନେ ଇଣ୍ଟରନେଟରେ ଏହି ସମ୍ବନ୍ଧୀୟ ସୂଚନା ଅଧିକ ଖୋଜନ୍ତି । କେଉଁ ଦିଗରେ ସେମାନଙ୍କୁ କ୍ୟାରିୟର କରିବାକୁ ପଡିବ କିମ୍ବା କେଉଁ ପାଠ୍ୟକ୍ରମ କରିବାକୁ ହେବ ସେନେଇ ଗୁଗୁଲ ରେ ସର୍ଚ୍ଚ କରିଥାନ୍ତି ।
ଅନଲାଇନ୍ ସପିଂ
ଏହା ବ୍ୟତୀତ ଝିଅମାନେ ଅନଲାଇନ୍ ସପିଂ ସାଇଟକୁ ଯାଆନ୍ତି ଏବଂ ଇଣ୍ଟରନେଟରେ ପୋଷାକର ଡିଜାଇନ୍, ନୂତନ କଲେକ୍ସନ୍, ଅଫର୍ ବିଷୟରେ ଅଧିକ ସନ୍ଧାନ କରନ୍ତି । ପୂର୍ବରୁ ମଧ୍ୟ ଅନେକ ଗବେଷଣାରେ ଏହି ଜିନିଷ ସାମ୍ନାକୁ ଆସିଛି।
ସୁନ୍ଦରତା ପାଇଁ ଟିପ୍ସ
ଯୁବତୀମାନେ ସବୁବେଳେ ସୁନ୍ଦର ଏବଂ ଭିନ୍ନ ଦେଖାଯିବାକୁ ଭଲ ପାଆନ୍ତି । ଏଥିପାଇଁ ସେମାନେ ଇଣ୍ଟରନେଟର ସାହାଯ୍ୟ ନିଅନ୍ତି ଯୁବତୀମାନେ ଫ୍ୟାଶନ, ଟ୍ରେଣ୍ଡ, ସୌନ୍ଦର୍ଯ୍ୟ ଚିକିତ୍ସା ଏବଂ ଘରୋଇ ଉପଚାର ବିଷୟରେ ଖୋଜିବାକୁ ଅଧିକ ପସନ୍ଦ କରନ୍ତି।
ମେହେନ୍ଦି ଡିଜାଇନ୍
ଝିଅମାନେ ମଧ୍ୟ ମେହେନ୍ଦି ଲଗେଇବାକୁ ପସନ୍ଦ କରନ୍ତି । ଏହି ଅନୁସନ୍ଧାନରେ ଏହା ମଧ୍ୟ ସାମ୍ନାକୁ ଆସିଛି । ଝିଅମାନେ ପ୍ରାୟତଃ Google ରେ ମେହେନ୍ଦିର ଅତ୍ୟାଧୁନିକ ଡିଜାଇନ୍ ଖୋଜିଥାନ୍ତି ।
ରୋମାଣ୍ଟିକ୍ ଗୀତ
ସାଧାରଣତଃ ସମସ୍ତେ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି । ଇଣ୍ଟରନେଟରେ ଅନେକ ରୋମାଣ୍ଟିକ୍ ଗୀତ ଖୋଜନ୍ତି ଏବଂ ଶୁଣନ୍ତି | ଏହା ସହିତ ଝିଅମାନେ ଇଣ୍ଟରନେଟରେ ରୋମାଣ୍ଟିକ୍ କବିତା ମଧ୍ୟ ଖୋଜିଥାନ୍ତି ।