Odia

ସେଟରେ ଏମିତି କଣ ଘଟିଲା ଯେ କାନ୍ଦି ପକେଇଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଲଗାତାର ୫ ବର୍ଷ ଧରି ଭାବିଜି ଘର ପର ହୈଂ ରେ ନଜର ଆସିଥିବା ଅନୀତା ଭାବି ଓରଫ ସୌମ୍ୟା ଟଣ୍ଡନ ଶେଷରେ ଏହି ସୋ ଛାଡିଛନ୍ତି । ଅଭିନେତ୍ରୀ ଅଗଷ୍ଟ ୨୧ ରେ ଶୋ’ର ଶେଷ ଏପିସୋଡର ସୁଟିଂ କରିଥିଲେ, ଯାହା ପରେ ତାଙ୍କର ସମସ୍ତ ସହ-ତାରକାମାନେ ତାଙ୍କ ପାଇଁ ଏକ ଭାବପ୍ରବଣ ଗୀତ ଗାଇ ତାଙ୍କୁ ବିଦାୟ ଦେଇଥିଲେ ।

ଏହି ସମୟରେ, ସୌମ୍ୟା ନିଜ ଷ୍ଟାର ଆସିଫ ଶେଖଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ ଶେଷରେ ସେ ତାଙ୍କ କୋହକୁ ଆଉ ରୋକି ପାରିନଥିଲେ । ଆଉ ସେଟରେ ହିଁ କାନ୍ଦି ପକେଇଥିଲେ ଅଭିନେତ୍ରୀ ।

ତାଙ୍କ ଅନସ୍କ୍ରିନ ସ୍ୱାମୀ ବିଭୁତି ନାରାୟଣ ଓରଫ ଆସିଫ ଶେଖଙ୍କ ବିଷୟରେ ସୌମ୍ୟା କହିଥିଲେ ଯେ , ଯେ ମୁଁ ତୁମ ପରି ସହ-ଅଭିନେତାଙ୍କୁ ଜୀବନରେ ଆଉ କେବେବି ପାଇବି ନାହିଁ, କାରଣ ତୁମେ ମୋତେ ନଷ୍ଟ କରି ଦେଇଛ। ତେଣୁ ମୁଁ ଯୁଆଡେ ଯିବି ତୁମକୁ ମନେ ପକାଇବି । ଏହା କହିବାବେଳେ ସୌମ୍ୟା କାନ୍ଦିବାକୁ ଲାଗିଥିଲେ ।

View this post on Instagram

A new day!. ❤️ #tuesdaythoughts

A post shared by Saumya Tandon (@saumyas_world_) on

ତେବେ ସେଟରେ ନିଆଯାଇଥିବା କିଛି ସୁନ୍ଦର ଭିଡିଓ ସହିତ ଅଭିନେତ୍ରୀ ଲେଖିଛନ୍ତି, ମୋର ସୁନ୍ଦର ଯାତ୍ରା ଆଜି ଶେଷ ହୋଇଯାଇଛି । ଆମେ ଶୋ’ର ଅଂଶ ଥିଲୁ । ଏଗୁଡ଼ିକ ହେଉଛି କିଛି ମୁହୂର୍ତ୍ତ ଯାହା ମୁଁ ମୋ ଜୀବନସାରା ମନେ ରଖିବି । ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ଏହି ଛୋଟିଆ ବାର୍ତା । ଭାବିଜି ଶୋ’ର ୫ ବର୍ଷ ଅତି ସୁନ୍ଦର ବର୍ଷ ଥିଲା । ଆଉ ଶେଷରେ & ଟିଭି, ଜିଟିଭି ଏବଂ ମୋର ନିର୍ମାତା ବିନେଫର୍ କୋହଲି ଏବଂ ସଞ୍ଜୟ ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ ଅଭିନେତ୍ରୀ ।

Tags

Related Articles

Back to top button
Close