ରବିଙ୍କୁ ସର୍ବୋତ୍ତମ ‘କିସର୍’ ଆଖ୍ୟା ପରେ, କେମିତି ଥିଲା ପତ୍ନୀଙ୍କ ପ୍ରତିକ୍ରିୟା ?

ମୁମ୍ବାଇ : ରବି ଦୁବେ ଏବଂ ନିୟା ଶର୍ମା ଦୁହେଁ ଏକ ୱେବ୍ ଶୋ’ ‘ଜମାଇ ରାଜା- ୨.୦’ ରେ ଏକାଠି କାମ କରିଛନ୍ତି | ଏହି ଶୋ’ ପାଇଁ ଦୁହେଁ ଅଣ୍ଡର ୱାଟର ଚୁମ୍ବନ ଦୃଶ୍ୟର ସୁଟିଂ କରିଥିଲେ | ସେହି ଦୃଶ୍ୟକୁ ଧ୍ୟାନରେ ରଖି ନିୟା ରବିଙ୍କୁ ସର୍ବୋତ୍ତମ କିସର୍ ବୋଲି ବର୍ଣ୍ଣନା କରିଥିଲେ | ନିୟାଙ୍କ ଏହି ପ୍ରସଙ୍ଗରେ ରବିଙ୍କ ପତ୍ନୀ ସରଗୁନ ମେହେଟ୍ଟାଙ୍କ ପ୍ରତିକ୍ରିୟା କଣ ଥିଲା ଆସନ୍ତୁ ଜାଣିବା |

ନିୟା ଶର୍ମା ଇଣ୍ଡଷ୍ଟ୍ରିର ସବୁଠାରୁ ସାହସୀ ଓ ହଟ ଅଭିନେତ୍ରୀ ପାଲଟିଯାଇଛନ୍ତି | ଚାହାଣୀ , ଅଭିନୟ ସହ ତାଙ୍କ କଥା ମଧ୍ୟ ଖୁବ ଚର୍ଚ୍ଚା ର ପରିସରକୁ ଆସିଥିଲା | ସେ ତାଙ୍କ ସହଯୋଗୀ ଷ୍ଟାର ତଥା ବନ୍ଧୁ ରବି ଦୁବେଙ୍କୁ ଏମିତି ପ୍ରଶଂସା କରିଛନ୍ତି ଯାହା ଅଭିନେତାଙ୍କ ପତ୍ନୀଙ୍କୁ ଆଶ୍ଚର୍ଯ୍ୟ କରିଛି | ବାସ୍ତବରେ, ନିୟା ଶର୍ମା ନିକଟରେ ଅନୁଷ୍ଠିତ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାରରେ ଯୋଗ ଦେଇଥିଲେ ଏବଂ ଏହି ସମାରୋହରେ ସେ ରବି ଦୁବେଙ୍କୁ ସର୍ବୋତ୍ତମ କିସର୍ ବୋଲି ଖୋଲା ଖୋଲିଭାବେ କହିଥିଲେ |

ବି ଟାଇମ୍ସ ଅଫ୍ ଇଣ୍ଡିଆକୁ ରବି କହିଛନ୍ତି ଯେ , ”ନିୟାଙ୍କ କଥା ଶୁଣି ମୋର ହୋସ ଉଡ଼ିଗଲା | ମୁଁ ଏବଂ ସରଗୁନ୍ ଦୁହେଁ ନିୟାଙ୍କୁ ବହୁତ ପସନ୍ଦ କରୁ | ଯେତେବେଳେ ଆମେ ତାଙ୍କ ଭିଡିଓ ଦେଖିଲୁ, ମୁଁ ଏବଂ ମୋ ପତ୍ନୀ ସରଗୁନ୍ ହସିବାକୁ ଲାଗିଲୁ କାରଣ ଆମେ ନିୟାଙ୍କୁ ବହୁତ ଭଲ ଭାବରେ ଜାଣୁ | ମୁଁ ତାଙ୍କ ମତକୁ କମ୍ପ୍ଲିମେଣ୍ଟ ଭାବରେ ଗ୍ରହଣ କରିବି | ନିୟା କେବଳ ନିୟା, ସେ ଯାହା ବି କୁହନ୍ତି ମୁଁ ଏହାକୁ ପଜିଟିଭ ଭାବେ ଗ୍ରହଣ କରିବି | ଆମ ମଧ୍ୟରେ କୌଣସି ମତଭେଦ ବା ନକାରାତ୍ମକତା ଚିନ୍ତା ନାହିଁ |”

ରବି ଦୁବେ ଅନ୍-ସ୍କ୍ରିନ୍ ରିଲେସନ ବିଷୟରେ ମଧ୍ୟ କହିଥିଲେ | ସେ କହିଛନ୍ତି, ”ମୁଁ ପ୍ରଥମ ସିଜନରେ ଦ୍ୱିଧାବୋଧ କରିଥିଲି, କିନ୍ତୁ ବର୍ତ୍ତମାନ ତାହା ନାହିଁ | ମୁଁ ଏଥିପାଇଁ ନିୟାକୁ ସବୁ ଶ୍ରେୟ ଦେଉଛି | ମୁଁ ଏହା ପୂର୍ବରୁ କହିସାରିଛି,ଏଭଳି ଅନ୍ତରଙ୍ଗ ଦୃଶ୍ୟରେ ପୁରା ଘଟଣା ଝିଅଙ୍କ ଉପରେ ପଡେ | ଏହା ସବୁକିଛି ନିର୍ଭର କରେ ଯେ ସେ ଏହି ପରିସ୍ଥିତିକୁ କେଉଁ ଭଳି ଭବେ ଗ୍ରହଣ କରନ୍ତି ଏବଂ ନିୟା ଏମିତି ଗୋଟେ ଝିଅ ଯାହା ସହ ଆପଣ ଅନ୍ତରଙ୍ଗ ମୁହୂର୍ତ୍ତ ବା ଭାବପ୍ରବଣତାର ଦୃଶ୍ୟ କଲେ କିଛି ଅଜବ ଲାଗିବ ନାହିଁ ଆପଣଙ୍କୁ |

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଜଣେ ପେସାଦାର ଅଭିନେତା ଏବଂ ସ୍କ୍ରିପ୍ଟର କେତେକ ଅଂଶରେ କଣ ଆବଶ୍ୟକ ପଡେ ତାହା ମୁ ଜାଣିପାରେ | କିଛି ଅଂଶ କେତେ ସମୟର ଏବଂ ଏଥିରେ କେତେଗୁଡ଼ିଏ ଜିନିଷର ଆବଶ୍ୟକତା ରହିଛି ତାହା ମୁଁ ବୁଝିପାରୁଛି | ତେଣୁ ଦ୍ୱିତୀୟ ସିଜିନରେ ଏହି ଘଟଣାଗୁଡ଼ିକ ଅତି ସହଜରେ ଘଟିଲା ଆଉ ଏଥିପାଇଁ ମୁଁ ନିୟାଙ୍କୁ ଶ୍ରେୟ ଏବଂ କୃତଜ୍ଞତା ଜଣାଉଛି |”