ଭୁବନେଶ୍ୱର: ଧରାପୃଷ୍ଠରେ ଜୀଵିତ ରହିବାକୁ ହେଲେ ଅମ୍ଳଜାନ ଆବଶ୍ୟକ | ସେ ମଣିଷ ହେଉ କି ପଶୁ ବା ଉଦ୍ଭିଦ | ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଦରକାର | ହେଲେ ଆପଣମାନେ ସମସ୍ତେ ଦେଖିଥିବେ ଯେ ପକ୍ଷୀମାନେ ପ୍ରାୟତଃ ଅଣ୍ଡା ଦେଇଥାନ୍ତି | ପକ୍ଷୀର ଅଣ୍ଡା ସଂପୂର୍ଣ୍ଣ ସିଲ୍ ଥାଏ | ହେଲେ ଥରି ମଧ୍ୟରେ ଥିବା ଭୃଣ କେମିତି ଜୀବନ୍ତ ରହେ ? ସେ କେଉଁଠୁ ଅମ୍ଳଜାନ ପାଏ ?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ କୁକୁଡ଼ା ଅଣ୍ଡାର ସେଲରେ ୭ ହଜାରରୁ ଅଧିକ ଛିଦ୍ର ରହିଥାଏ | ଯଦି ଆପଣ ଏକ ବଡ଼ ଆକାରର ଗ୍ଲାସ ସାହାଯ୍ୟରେ ଅଣ୍ଡାକୁ ସାବଧାନତାର ସହିତ ଦେଖିବେ, ତେବେ ଆପଣ ଏହା ଭିତରେ ଅନେକ ଛୋଟ ଛୋଟ ଛିଦ୍ର ଥିବା ଦେଖିବାକୁ ପାଇବେ | ଯାହା ମାଧ୍ୟମରେ କେବଳ ଅମ୍ଳଜାନ ପ୍ରବେଶ କରେ ନାହିଁ, ଭିତରେ ଥିବା ଅଙ୍ଗାରକାମ୍ଳ ମଧ୍ୟ ବାହାରକୁ ବାହାରିଥାଏ | କେବଳ ଏତିକି ନୁହେଁ, ଏହି କୋଷଗୁଡ଼ିକର ସାହାଯ୍ୟରେ କୁକୁଡ଼ା ମଧ୍ୟ ପାଣି ପାଇଥାଏ | ଫଳରେ ଗୋଟା ଅଣ୍ଡା ଭିତରେ ଥିବା ଭୃଣକୁ ଅମ୍ଳଜାନ ନେବା ଆଉ ଛାଡିବାର କୌଣସି ଅସୁବିଧା ହୁଏ ନାହିଁ ?