ବସ୍ କୁ କାହିଁକି ପିଟିଲେ କର୍ମଚାରୀ ? ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଭୁବନେଶ୍ୱର: ଚାଇନାରେ ଜଣେ ମହିଳା ନିଜ ମାଲିକଙ୍କୁ ବାଡ଼ିରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯେତେବେଳେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଲା, ସେତେବେଳେ ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରିଥିଲେ । ତେବେ ଆପଣମାନେ ଭାବୁଥିବେ ଯେ ମହିଳା ଜଣକ କାହିଁକି ତାଙ୍କ ମାଲିକଙ୍କୁ ଏମିତି ମାଡ ମାରିଲେ । କଣ ତାଙ୍କର ଭୁଲ ?

ସାଉଥ ଚାଇନା ମର୍ନିଂ ପୋଷ୍ଟର ଖବର ଅନୁଯାୟୀ ଚୀନ୍ ସରକାରୀ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାଲିକ ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। ଯାହାକୁ ନେଇ ମହିଳା ଜଣକ ତାଙ୍କୁ ମାଡ ମାରିଥିଲେ । ତାଙ୍କୁ ମାଡ ମାରୁଥିବା ସମୟରେ ସେଠାରେ ଠିଆ ହୋଇଥିବା ଜଣେ ମହିଳା ତାଙ୍କର ଭିଡିଓ ତିଆରି କରିବାକୁ ଲାଗିଥିଲେ । ଏହା ଦେଖି ମାଲିକ ଜଣକ ମୁହଁ ଲୁଚାଇ ମହିଳାଙ୍କ ସାମ୍ନାରେ କ୍ଷମା ମାଗିଥିଲେ ଏବଂ ସେ ଥଟ୍ଟା କରୁଥିବା କହିଥିଲେ। ହେଲେ ମହିଳା ଜଣକ ଜମା ଶୁଣିନଥିଲେ ।

୧୪ ମିନିଟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂରା ଘଟଣା ଜାଣିବା ପରେ ଲୋକମାନେ ମହିଳାଙ୍କୁ ଖୁବ ପ୍ରଶଂସା କରୁଛନ୍ତି, କାରଣ ସେ ନିଜ ଏବଂ କାର୍ଯ୍ୟାଳୟରେ କାମ କରୁଥିବା ମହିଳା ସଦସ୍ୟମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ ।