ଯାତ୍ରୀବାହୀ ଟ୍ରେନରେ ୨୪ ଟି କୋଚ୍ ଏବଂ ମାଲବାହୀ ରେ ୫୮ ଟି ୱାଗନ୍ କାହିଁକି ? ଜାଣନ୍ତୁ ଏହାରି ପଛର କାରଣ

ଭୁବନେଶ୍ୱର: ଭାରତରେ ପରିବହନର ଏକ ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ୍। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ଯେତେବେଳେ ଭାରତରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଏତେ ଅଧିକ, ରେଳ କୋଚଗୁଡ଼ିକ କାହିଁକି ବୃଦ୍ଧି କରାଯାଏ ନାହିଁ ? ଟ୍ରେନରେ କେବଳ ୨୪ ଟି କୋଚ୍ କାହିଁକି ଥାଏ ।ତେବେ ଆସନ୍ତୁ ଜାଣିବା କାହିଁକି ଏକ ଯାତ୍ରୀବାହୀ ଟ୍ରେନରେ କେବଳ ୨୪ ଟି କୋଚ୍ ଏବଂ ମାଲବାହୀ ଟ୍ରେନ୍ ରେ ୫୮ ଟି ୱାଗନ୍ ଲାଗିଥାଏ, ଏହାରି ପଛରେ କାରଣ କଣ ରହିଛି।

ଭାରତୀୟ ରେଳର ଦର୍ଘ୍ୟ ୬୫୦ ମିଟରରୁ ଅଧିକ ହେବା ଉଚିତ ନୁହେଁ, କାରଣ ଏକ ଲୁପ୍ ଲାଇନର ଷ୍ଟାଣ୍ଡାର୍ଡ ଲମ୍ବ ୬୫୦ ମିଟର ଅଟେ । ତେଣୁ,ଯାତ୍ରୀବାହୀ ଟ୍ରେନ କୋଚର ଦର୍ଘ୍ୟ ପ୍ରାୟ ୨୫ ମିଟର ଅଟେ। ଯଦି ଆମେ ହିସାବ କରିବା, ୬୫୦ ମିଟରରେ ୨୪ ଟି କୋଚ୍ ଏବଂ ଗୋଟିଏ ଇଞ୍ଜିନ୍ ଆରାମରେ ଆସି ପାରିବ। ତେଣୁ ଯାତ୍ରୀବାହୀ ଟ୍ରେନରେ ସର୍ବାଧିକ ୨୪ ଟି କୋଚ୍ ରଖାଯାଇଥାଏ ।

ମାଲବାହୀ ଟ୍ରେନ୍ ର ୱାଗନର ଲମ୍ବ ମଧ୍ୟ ଲୁପ୍ ଲାଇନ୍ ଅତିକ୍ରମ କରିବା ଉଚିତ୍ ନୁହେଁ । ଏକ ମାଲବାହୀ ଟ୍ରେନ୍, BOX, BOXN, BOXN-HL ର ଗାଡିର ଲମ୍ବ ପ୍ରାୟ ୧୧ ରୁ ୧୫ ମିଟର ଅଟେ । ତେଣୁ, ଏକ ସାମଗ୍ରୀ ଟ୍ରେନରେ ସର୍ବାଧିକ ୫୮ ୱାଗନ୍ ଏବଂ ଏକ ଯାତ୍ରୀବାହୀ ଟ୍ରେନରେ ୨୪ ଟି କୋଚ୍ ଲାଗିଥାଏ ।