ଭୁବନେଶ୍ୱର: ଆପଣମାନେ ଦେଖିଥିବେ ଯେ, କୌଣସି ବ୍ୟକ୍ତିର ମୃତ୍ୟୁ ଖବର ଶୁଣିବା ପରେ ଲୋକମାନେ ‘RIP’ ଶବ୍ଦ ବ୍ୟବହାର କରନ୍ତି । ହେଲେ ଅନେକ ଲୋକ ଏହି ଶବ୍ଦର ପ୍ରକୃତ ଅର୍ଥ ଜାଣିନଥିଲେ ମଧ୍ୟ ‘RIP’ ଲେଖି ସେମାନେ ନିଜର ଦୁଃଖ ପ୍ରକାଶ କରିଥାନ୍ତି ।ଆଜି ଆମେ ଆପଣଙ୍କୁ କହିବୁ ଏହି ଶବ୍ଦର ପ୍ରକୃତ ଅର୍ଥ କ’ଣ ? କାହିଁକି ‘RIP’ ଶବ୍ଦ ବ୍ୟବହାର କରାଯାଉଛି ।
ଆପଣ ଦେଖିଥିବେ ଯେ ଅନେକ ଲୋକ RIP ଲେଖନ୍ତି । ଏହାର ପୂର୍ଣ୍ଣ ଅର୍ଥ ହେଉଛି ‘Rest In Peace’। Rest In Peace ର ଉତ୍ପତ୍ତି ଲାଟିନ୍ ବାକ୍ୟାଂଶ ‘Requiescat In Pace’ ହୋଇଛି । Requiescat In Pace ର ଅର୍ଥ ହେଉଛି ‘ଶାନ୍ତିରେ ଶୋଇବା’ । ହିନ୍ଦୀରେ ଏହି ଶବ୍ଦର ସନ୍ଦର୍ଭ ହେଉଛି ‘ଆତ୍ମାକୁ ଶାନ୍ତି ମିଳୁ’ ।
‘Requiescat In Pace’ ବିଷୟରେ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ଚର୍ଚ୍ଚର ଶାନ୍ତିରେ ମରିଯାଏ, ତା’ହେଲେ ତାଙ୍କ ଆତ୍ମା ଯୀଶୁ ଖ୍ରୀଷ୍ଟଙ୍କ ସହିତ ମେଳ ଖାଏ । RIP ଶବ୍ଦର ବ୍ୟବହାର ୧୮ ତମ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ। ଖ୍ରୀଷ୍ଟିଆନ ଧର୍ମ ସହିତ ଏହି ଶବ୍ଦର ବ୍ୟବହାର ବୃଦ୍ଧି ପାଇଲା। ଏହା ପରେ ଶବ୍ଦଟି ବିଶ୍ୱବ୍ୟାପୀ ହେଲା।