ସିଦ୍ଧାର୍ଥଙ୍କ ପାଇଁ ଗେମ ଚେଞ୍ଜର ହେବକି ‘ଶେରଶାହା ‘ ?

ମୁମ୍ବାଇ : ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ ଫିଲ୍ମ ‘ଶେରଶାହା ‘ ର ରିଲିଜ ତାରିଖ ଘୋଷଣା କରାଯାଇଛି | କାର୍ଗିଲ ଯୁଦ୍ଧର ମହାନାୟକ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଛନ୍ତି କରନ ଜୋହର | ଆସନ୍ତା ଜୁଲାଇ ୨ ତାରିଖରେ ରିଲିଜ ହେବାର ପରିକଳ୍ପନା ରହିଛି | ଫିଲ୍ମର ଅନେକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକୁ ଦେଖି ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି | ଏହି ଫିଲ୍ମ ସିଦ୍ଧାର୍ଥ ମଲହୋତ୍ରାଙ୍କ ପାଇଁ ଗେମ ଚେଞ୍ଜର ହେଵ ବୋଲି ଅନେକ ମତ ଦେଉଛନ୍ତି |

‘ଶେରଶାହା ‘ ଚଳଚ୍ଚିତ୍ରର ପୋଷ୍ଟର ଦେଖିଲେ ଲାଗୁଛି ଚଳଚିତ୍ରଟି ନିଶ୍ଚୟ ରାଷ୍ଟ୍ରପ୍ରେମ ଆଉ ଦେଶପ୍ରେମ ଉପରେ ପର୍ଯ୍ୟବେସିତ | ବିଶେଷ ଭାବେ କହିବାକୁ ଗଲେ ବିକ୍ରମ ବତ୍ରାଙ୍କ ଆତ୍ମ ଜୀବନୀ ଉପରେ ଆଧାରିତ | ଏହାର ସୁଟିଂ ବିକ୍ରମ ବତ୍ରାଙ୍କ ହୋମ ଟାଉନ ଧର୍ମଶାଳାରେ କରାଯାଇଛି ତତ ସଂଗେ ସଂଗେ ଲେହ, ଲାଦଖ ଓ କାର୍ଗିଲର କେତେକ ଅଂଚଳରେ କରାଯାଇଛି | ଏହାର ମୁଖ୍ୟ ଚରିତ୍ର ରେ ଦେଖା ଯାଉଥିବା ସିଦ୍ଧାର୍ଥ ମଲହୋତ୍ରା ଏଥିପାଇଁ ଅନେକ ପରିଶ୍ରମ କରିଛନ୍ତି | ବନ୍ଧୁକ ଚଲାଇବାର ଟ୍ରେନିଂ, ଫାୟାର ର ଟ୍ରେନିଂ ଇତ୍ୟାଦି ଶିଖିଛନ୍ତି | ଏଥିପାଇଁ ସେ ଦିନ ରାତି ଏକ କରିଦେଇଛନ୍ତି | ଏହା ତାଙ୍କ ଜୀବନରେ ବହୁତ ବଡ ପ୍ରଭାବ ପକେଇବା ବୋଲି ସେ ଆଶା ବାନ୍ଧିଛନ୍ତି |