ନବବଧୁର ମୃତ୍ୟୁ, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବିବାହର ଚାରିଦିନ ପରେ ନବ ବଧୂର ମୃତ୍ୟୁ | ଝୁଲନ୍ତା ଅବସ୍ଥାରେ ଉଦ୍ଧାର |

ଢେଙ୍କାନାଳ ସଦର ଥାନା ବିଦାବନ୍ଧ ଗ୍ରାମରେ ଘଟିଛି ଏକ ଅଘଟଣ | ବିବାହର ଚାରିଦିନ ନ ପୁରୁଣୁ ନବବିବାହିତା ଝରଣା ନାଏକଙ୍କ ମୃତ ଦେହ ଉଦ୍ଧାର | ମୃତ ଝରଣାଙ୍କ ବୈବାହିକ ଜୀବନ ଆରମ୍ଭ ହେବା ପୂର୍ବରୁ ଶେଷ ହେଇଯାଇଛି ଜୀବନ ଦୀପ |

ପରିବାର ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ ଝରଣାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ | ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ଝରଣା ହିନ୍ଦୋଳ କଲଣ୍ଡାଗ୍ରାମର ହରିହରନା ଏକଙ୍କ ଝିଅ ଗତ ୧୭ ତାରିଖ ଦିନ ବିଦାବନ୍ଧ ଗ୍ରାମର ମଦନ ନାଏକକୁ ବିବାହ କରିଥିଲେ | ଗତକାଲି ପୁଅଘରେ ବିବାହ ଭୋଜି ହୋଇଥିଲା ଏବଂ ଝରଣାଙ୍କ ପରିବାର ଲୋକେ ଝିଅର ଘରକରଣା ଜିନିଷ ନେଇ ଆସିଥିଲେ |