ଭୁବନେଶ୍ୱର: ନିଜ ସନ୍ତାନର ସୁରକ୍ଷା ପାଇଁ ଜଣେ ମା କିଛିବି କରିପାରେ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଉମରିଆ ଜିଲ୍ଲାରେ ରହୁଥିବା ଜଣେ ମହିଳା ନିଜର ୧୫ ମାସର ଶିଶୁକୁ ବଞ୍ଚାଇବା ପାଇଁ ବାଘ ସହ ସଂଘର୍ଷ କରିଥିଲେ ଏବଂ ନିଜ ସନ୍ତାନକୁ ମୃତ୍ୟୁ ମୁଖରୁ ଟାଣିଆଣିଥିଲେ। ଏହି ସମୟରେ ଶିଶୁ ଏବଂ ତାଙ୍କ ମା ମଧ୍ୟ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ଉମରିଆ ଜିଲ୍ଲା ବାନ୍ଧବଗଡ ଟାଇଗର ରିଜର୍ଭ (Bandhavgarh National Park) ରୋହନିଆ ଗ୍ରାମରୁ ଆସିଛି। ଏଠାରେ ଜଣେ ୨୫ ବର୍ଷ ବୟସ୍କା ମହିଳା ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ଏପରି କରିଥିଲେ। ଜଙ୍ଗଲୀ ବାଘ କବଳରୁ ନିଜ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ,ପରେ ବାଘଟି ମହିଳାଙ୍କୁ ଆକ୍ରମଣ କରିଥିଲା।
ମହିଳା ଜଣକ ପାଟି ଶୁଣି ଘଟଣାସ୍ଥଳରେ କିଛି ଗ୍ରାମବାସୀ ପହଞ୍ଚିଥିଲେ। ଯେତେବେଳେ ଗ୍ରାମବାସୀ ବାଘକୁ ଗୋଡ଼ାଇଥିଲେ, ସେ ପିଲାଟିକୁ ଛାଡି ଜଙ୍ଗଲକୁ ପଳାଇ ଯାଇଥିଲେ। ହେଲେ ମହିଳାଙ୍କ ଅଣ୍ଟା, ବାହୁ ଏବଂ ପିଠିରେ ଆଘାତ ଲାଗିଥିବା ବେଳେ ପୁଅର ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି। ସମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଜବଲପୁରର ଏକ ଡାକ୍ତରଖାନାକୁ ପଠାଯାଇଛି । ଜଙ୍ଗଲ ବିଭାଗର ଏକ ଟିମ୍ ବାଘକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି।