Odia

ଯୁବକକୁ ଲଗାତାର ୨୫ ଥର ଛୁରୀ ଭୁସି ହତ୍ୟା କଲେ ମହିଳା

ମଧ୍ୟପ୍ରଦେଶ: ଦୁଷ୍କର୍ମ ଓ ବ୍ଲାକମେଲିଂ କରୁଥିବା ଯୁବକଙ୍କୁ ହତ୍ୟା କରିଥିଲେ ଜଣେ ମହିଳା । ମହିଳା ଜଣକ ଅଭିଯୁକ୍ତଙ୍କ ଉପରେ ବିରକ୍ତ ଆଉ ପ୍ରତିହିଂସା ପରାୟଣ ହୋଇପଡିଥିଲେ ଯେ ସମ୍ପୃକ୍ତ ଯୁବକକୁ ଲଗାତାର ୨୫ ଥର ଛୁରୀ ଭୁସି ହତ୍ୟା କରିଥିଲେ | ଏହି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶ ଗୁନା ସହରର ଅଟେ |

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ୨୦୦୫ ମସିହାରୁ ଯୁବକଜଣକ ତାଙ୍କୁ ବାରମ୍ବାର ବଳାତ୍କାର କରୁଥିଲେ | ସେ ସେତେବେଳେ ମଧ୍ୟ ନାବାଳକ ଥିଲେ | ମୃତ ଯୁବକଙ୍କ ନାମ ବ୍ରିଜ ଭୂଷଣ ଶର୍ମା, ଯିଏ ଅଶୋକନଗର ଜିଲ୍ଲାର ବାସିନ୍ଦା ଥିଲେ, ମହିଳା ମଧ୍ୟ ସେହି ସମାନ ଜିଲ୍ଲାର ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଛି |

ମହିଳାଙ୍କ କହିବାନୁସାରେ, ”ଯେତେବେଳେ ତାଙ୍କୁ ୧୬ ବର୍ଷ , ସେତେବେଳେ ବ୍ରିଜ ଭୂଷଣ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ |ଏହା ପରେ ଅନେକ ଥର ଯୁବକ ତାଙ୍କୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା | ଏଥିରୁ ମୁକୁଳିବା ପାଇଁ ଶେଷରେ ମହିଳା ଜଣକ ଜଣେ ଶିକ୍ଷକଙ୍କୁ ବିବାହ କଲେ | ବିବାହ ପରେ ମହିଳାଙ୍କର ଏକ ଝିଅ ମଧ୍ୟ ଥିଲା, କିନ୍ତୁ ଏହା ପରେ ମଧ୍ୟ ବ୍ରିଜ ଭୂଷଣ ତାଙ୍କ ପିଛା ଛାଡି ନଥିଲେ |”

ଘଟଣା ଦିନ ଯେତେବେଳେ ମହିଳା ଜଣକ ଘରେ ଏକୁଟିଆ ଥିଲେ, ରାତିରେ ବ୍ରିଜ ଭୂଷଣ ତାଙ୍କ ଘରକୁ ଆସିଥିଲେ | ସେ ମଦ୍ୟପାନ କରି ପୁନର୍ବାର ମହିଳାଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିଲା | ଏଥିରେ ମହିଳା ଜଣକ ଉତକ୍ଷିପ୍ତ ହୋଇ ସେ ଯୁବକଙ୍କୁ ଛୁରୀରେ ବାରମ୍ବାର ଭୁସି ଚାଲିଥିଲେ | ବ୍ରିଜ ଭୂଷଣ ମଦ୍ୟପାନ କରିଥିବା ହେତୁ ଅଧିକ ପ୍ରତିରୋଧ କରିନ ପାରିବାରୁ ମୃତ୍ୟୁ ଘଟିଥିଲା |

ଯୁବକଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ନିଜେ ପୋଲିସକୁ ଡାକି ନିଜର ଅପରାଧ ସ୍ୱୀକାର କରିଥିଲେ | ମହିଳାଙ୍କ ଡାକରା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ରିଜ ଭୂଷଣ ଶର୍ମାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା | ଅନେକ ସ୍ଥାନରେ ତାଙ୍କ ଦେହରୁ ରକ୍ତସ୍ରାବ ହୋଇଥିଲା | ପୋଲିସ ନିକଟରେ ପଡିଥିବା ଏକ ତୀକ୍ଷ୍ଣ ଛୁରୀ ଜବତ କରି ଉକ୍ତ ମହିଳାଙ୍କୁ ଗିରଫ କରି ଜେଲକୁ ପଠେଇଛନ୍ତି |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close