Odia

ଦୁର୍ଗନ୍ଧ ଶୌଚାଳୟ ଭିତରେ କେମିତି ରହିଥିଲେ ମହିଳା

ହରିୟାଣା: ଏକ ବର୍ଷରୁ ଅଧିକ ସମୟ ଧରି ସ୍ୱାମୀ ଦ୍ୱାରା ଶୌଚାଳୟ ଭିତରେ ବନ୍ଦୀ ଥିବା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା l ବିବାହକୁ ୧୭ ବର୍ଷ ପୁରିଥିବା ହରିୟାଣାର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ବ୍ୟବହାର ସମସ୍ତଙ୍କୁ ତାଯୁବ କରିଦେଇଛି l

ଏକ ବର୍ଷରୁ ଅଧିକ ସମୟ ଧରି ତାଙ୍କ ସ୍ୱାମୀ ତାଙ୍କୁ ଅମାନୁଷିକ ବ୍ୟବହାର କରିଥିଲେ l ତାଙ୍କୁ ଶୌଚାଳୟ ଭିତରେ ବନ୍ଦ କରି ଆବଶ୍ୟକତା ଠାରୁ କମ ଖାଦ୍ୟ ଖାଇବାକୁ ଦେଉଥିଲେ l ଗତ କାଲି (ବୁଧବାର)୩୫ ବର୍ଷୀୟ ପୀଡିତାଙ୍କୁ ଉଦ୍ଧାର କରାଯାଇ ତାଙ୍କ ସ୍ୱାମୀକୁ ଗିରଫ କରି ଅନୁସନ୍ଧାନ ଜାରି ରହିଛି l ଏହି ଘଟଣାଟି ପାନିପତ ଜିଲ୍ଲାର ରିଶପୁର ଗ୍ରାମ ବୋଲି ସୂଚନା ମିଳିଛି l

ଦୁର୍ଗନ୍ଧ ଶୌଚାଳୟ ଭିତରେ କେତେ ଦିନ ରହିଥିଲେ ?

ମହିଳା ସୁରକ୍ଷା ଏବଂ ଶିଶୁ ବିବାହ ନିଷେଧ ଅଧିକାରୀ ରଜନୀ ଗୁପ୍ତାଙ୍କ ନେତୃତ୍ୱରେ ଏହି ଉଦ୍ଧାରକାରୀ ଟିମ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚିଥିଲେ l ସେଠାରେ ସମ୍ପୃକ୍ତ ମହିଳାଙ୍କୁ ଏକ ଦୁର୍ଗନ୍ଧ ଶୌଚାଳୟ ଭିତରେ ପଡ଼ିଥିବାର ଦେଖିଲେ l ସେ ଦେଢ଼ ବର୍ଷ ଧରି ବନ୍ଦୀ ହୋଇ ରହିଥିଲେ ବୋଲି ଜଣା ପଡୁଛି l ଗୁପ୍ତା କହିଛନ୍ତି ଯେ ମହିଳା କିଛି ଦିନ ହେବ ଭୋକିଲା ଥିବାରୁ ୮ ଟି ରୁଟି ତାଙ୍କୁ ଖାଇବାକୁ ଦିଆଯାଇଥିଲା l

ସ୍ୱାମୀ କଣ ଦାବି କରନ୍ତି ?

ମହିଳାଙ୍କ ସ୍ୱାମୀ ନରେଶ କହିଛନ୍ତି ଯେ, ” ତାଙ୍କ ସ୍ତ୍ରୀ ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି l ଆମେ ତାଙ୍କୁ ବାହାରେ ବସିବାକୁ କହିଛୁ କିନ୍ତୁ ସେ ସେଠାରେ ବସି ନାହାଁନ୍ତି l ଆମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଛୁ କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ  l”

ଏହି ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି l ଅଧିକାରୀମାନେ, “ମାନସିକ ଅସ୍ଥିର” ଦାବିରେ ନିଶ୍ଚିତ ହୋଇନଥିଲେ କାରଣ ନରେଶ ତାଙ୍କ ଅସୁସ୍ଥତା ବିଷୟରେ କୌଣସି ବି ପ୍ରେସକ୍ରିପସନ ଦେଇପାରିନଥିଲେ l

ଗୁପ୍ତାଙ୍କ ବୟାନ : ସମ୍ପୃକ୍ତ ମହିଳା ମାନସିକ ବିକାରଗ୍ରସ୍ଥ ନୁହେଁ

ଗୁପ୍ତା କହିଛନ୍ତି ଯେ ଦୁର୍ବଳ ପୀଡିତାଙ୍କ ସହ ବାର୍ତ୍ତାଳାପ ସୂଚାଇ ଦେଇଛି ଯେ ସେ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି l ସେ କହିଛନ୍ତି, “ସେ ମାନସିକସ୍ତରରେ ଅସ୍ଥିର ଅଛନ୍ତି କି ନାହିଁ ଆମେ ନିଶ୍ଚିତ କରିପାରିବୁ ନାହିଁ  l ଏହା ନିଶ୍ଚିତ ସେ ଶୌଚାଳୟ ଭିତରେ ଥିଲେ ଏବଂ ଶୌଚାଳୟଟି ବାହାରୁ ତାଲା ପଡିଥିଲା l

ବନ୍ଦୀ ଅବସ୍ଥାରେ ପୀଡିତାଙ୍କୁ ପାନୀୟ ଜଳ ମଧ୍ୟ ଦିଆଯାଇନଥିଲା l ଆମେ ତାଙ୍କୁ ଉଦ୍ଧାର କରି ଅପରିଷ୍କାର କାରଣରୁ ତାଙ୍କ କେଶ ଧୋଇଛୁ l ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ଖୁବ ଶୀଘ୍ର ପୋଲିସ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ l”

ପୋଲିସଙ୍କ ବୟାନ

ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳାଙ୍କ ପ୍ରତି ତାଙ୍କ ପିଲାମାନଙ୍କ ଆଚରଣ ମଧ୍ୟ ଖରାପ ଥିଲା l ପିଲାମାନେ ସମସ୍ତ ନାବାଳକ ଥିଲେ ଏବଂ ସେମାନେ ବାପାଙ୍କୁ ଏହି ଅପରାଧରେ ସାହାଯ୍ୟ କରିଛନ୍ତି କି ନାହିଁ ତାହା ବୁଝିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ମହିଳାଙ୍କୁ ପ୍ରଥମେ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ ବର୍ତ୍ତମାନ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଅଛନ୍ତି l

ସାନୋଲି ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ସୁରେନ୍ଦର ଦହିୟା କହିଛନ୍ତି ଯେ ଆଇପିସି ସେକ୍ସନ୍ ୪୯୮(କ) ଏବଂ ୩୪୨ ଅନୁଯାୟୀ ନରେଶଙ୍କୁ ଥାନାକୁ ନିଆଯାଇଛି l

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close