ମଦ ବେପାର କୁ ବିରୋଧ କରି ଜୀବନ ହାରିଲେ ମହିଳା ,ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା । ଯାଜପୁର ଜିଲା ମଂଗଳପୁର ଥାନା ବିିରିପଟା ବରେଇ ଗାଁରେ ଘଟିଛି ଏମିତି ଏକ  ଜଘନ୍ୟ ହତ୍ୟାକାଣ୍ଡ । ପଥର ମାଡ଼ରେ ଗାଁର ଲକ୍ଷ୍ମୀ ଜେନାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗାଁରେ ବିଜୟ ଜେନା ମଦ କାରବାର କରୁଥିଲେ । ଏହାକୁ ଲକ୍ଷ୍ମୀଜେନା ବାରମ୍ବାର ବିରୋଧ କରିବା ପରେ ଶେଷରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ବିଜୟ ଲକ୍ଷ୍ମୀଙ୍କୁ ଟେକା ପଥର ମାଡ କରିଥିଲା । ପଂଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲି ବିଳମ୍ବିତ ରାତ୍ରିରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି । ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିଜୟ ଜେନାକୁ ଗିରପଂ କରି କୋର୍ଟ ଚାଲାଣ କରିଛି ।

 

Post End