ଭୁବନେଶ୍ୱର: ଜଣେ ମହିଳା ଯିଏକି ଗୋଟିଏ କଣ୍ଢେଇକୁ ପ୍ରେମ ଏବଂ ପରେ ବିବାହ କରିଥିଲେ । ଏବେ ତାଙ୍କର ଏକ ‘ଶିଶୁ’ ମଧ୍ୟ ଅଛି। ମେରିଭୋନ୍ ରୋଚା ମୋରେସ୍ ନାମକ ଜଣେ ମହିଳା କହିଛନ୍ତି ଯେ ମାର୍ସେଲୋ (କଣ୍ଢେଇ) କୁ ଭେଟିବା ପରେ ତାଙ୍କୁ ଭଲପାଇବସିଲେ। ମେରିଭନ୍ କହିଛନ୍ତି ଯେ ମାର୍ସେଲୋ କଣ୍ଢେଇଟି ତାଙ୍କ ମା ଦ୍ୱାରା ତିଆରି କରାଯାଇଛି।
ମେରିଭୋନ୍ ଏବଂ ମାର୍ସେଲୋ ଏକ ସୁନ୍ଦର ସମାରୋହରେ ବିବାହ କରିଥିଲେ ଯେଉଁଥିରେ ୨୫୦ ଅତିଥି ଯୋଗ ଦେଇଥିଲେ।ଗଣମାଧ୍ୟମ ସହ କଥାବାର୍ତ୍ତା କରି ମେରିଭୋନ୍ କହିଥିଲେ, ‘ମୁଁ ଜଣେ ନୃତ୍ୟଶିଳ୍ପୀ । ଯେତେବେଳେ ମୁଁ ନାଚିବାକୁ ଯାଉଥିଲି, ମୁଁ ସବୁବେଳେ ସାଥୀ ଖୋଜୁଥିଲି। ତା’ପରେ ସେ ମୋ ଜୀବନରେ ପ୍ରବେଶ କଲେ ଏବଂ ତା’ପରେ ମୁଁ ବୁଝିଥିଲି ଯେ ସେ ମୋର ସାଥୀ।
ଏହି ଦମ୍ପତି ମେ ୨୧ ରେ ସେମାନଙ୍କ କଣ୍ଢେଇ ଶିଶୁ ମାର୍ସେଲିନୋଙ୍କୁ ସ୍ୱାଗତ କରିଥିଲେ। ସେଥିପାଇଁ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ ପୂରା ପ୍ରସ୍ତୁତ ଥିଲେ । ଶିଶୁକୁ ଜନ୍ମଦେଲା ଭଳି ସମସ୍ତେ ଅଭିନୟ ମଧ୍ୟ କରିଥିଲେ । ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତିରେ ମାତ୍ର ୩୫ ମିନିଟରେ ଶିଶୁଟିକୁ ଜନ୍ମ ଦେଇଥିଲେ ମେରିଭୋନ୍, ଯେତେବେଳେ ଏହାକୁ ୨୦୦ ଜଣ ଦର୍ଶକଙ୍କ ନିକଟରେ ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା। ଶିଶୁ କଣ୍ଢେଇ ଟି ମାତ୍ର ୩୫ ମିନିଟରେ ପ୍ରସ୍ତୁତ ହୋଇଥିଲା। ଯାହାକୁ ଦେଖିବା ପରେ ଖୁସି ହୋଇଯାଇଥିଲେ ମେରିଭୋନ୍ ।