Odia

ଅଣ୍ଡାର ଫଣ୍ଡା ଜାଣିପାରିଲେନି ମହିଳା, ରୋଷେଇ ଘରେ ହେଲା ବିସ୍ପୋରଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ କିଛି ବି ଭାଇରାଲ ହେବା ପାଇଁ ସମୟ ଲାଗେ ନାହିଁ । ଫଟୋ ଏବଂ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ତେବେ ଲକଡାଉନରେ ଲୋକମାନେ ରୋଷେଇ ଘରେ ଅନେକ ନୂଆ ଡ଼ିସ ସବୁ ତିଆରି କରୁଛନ୍ତି ।

ଯଦି କେତେବେଳେ ବି କିଛି ନୂଆ କରୁଛନ୍ତି ତେବେ ତାହା ପୂର୍ବରୁ ଏହାକୁ ଭଲ ଭାବରେ ଜାଣିନେବା ଉଚିତ । ନ ଚେତ ଆସୁବିଧାରେ ପଡିପାରନ୍ତି ଆପଣ । ଏଭଳି ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ,ଯେଉଁ ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ,ଜଣେ ମହିଳା ରୋଷେଇ କରୁଥିବା ବେଳେ ହଠାତ ବିସ୍ପୋରଣ ହେଉଛି ଏବଂ ସେ ତଳେ ପଡିଯାଉଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ପାକୋଡା ତିଆରି କରୁଥିବା ଦେଖିବାକୁ ମିଳୁଛି । ମହିଳା ଜଣକ ଜାଣି ନଥିଲେ ଯେ ଗୋଟା ଅଣ୍ଡାରେ ପକୋଡା ତିଆରି କରାଯାଏ ନାହିଁ । ସେ ପକୋଡା ତିଆରି କରୁଥିବା ସମୟରେ ହଠାତ ବିସ୍ପୋରଣ ହେଉଛି ଏବଂ ମହିଳା ଜଣକ ତଳେ ପଡିଯାଉଛନ୍ତି ।

ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଲୋକମାନେ ଏହାକୁ ୟୁଟ୍ୟୁବ୍, ଫେସବୁକ୍ ରେ ସେୟାର କରୁଛନ୍ତି । ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିଛି ବିଶେଷ ଯତ୍ନ ନିଅନ୍ତୁ ଯେମିତିକି କେହି ଆହତ ନ ହୁଅନ୍ତି।

Tags

Related Articles

Back to top button
Close