ଭୁବନେଶ୍ୱର: ନିଷ୍ଠାର ସହିତ କାମ କରୁଥିଲେ ଦିନେନା ଦିନେ ସଫଳତା ଆପଣଙ୍କ ପାଦ ଛୁଇଁବ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ପୁନେ ନିବାସୀ ପ୍ରତୀକ ଟୋଣ୍ଡୱାକର (Pratiksha Tondwalkar) । ୧୯୬୪ ରେ ଜନ୍ମ ହୋଇଥିବା ପ୍ରତୀକଙ୍କ ପାଇଁ ଏହା କୌଣସି ଚମତ୍କାର ଠାରୁ କମ ନୁହେଁ; ଦଶନ୍ଧି ଧରି ତାଙ୍କର ସଂଘର୍ଷ ଏବଂ ପରିଶ୍ରମର ଫଳ।
୧୭ ବର୍ଷ ବୟସରେ ବିବାହ କରିଥିଲେ ପ୍ରତୀକ। ହେଲେ ସେ ମାତ୍ର ୨୦ ବର୍ଷ ବୟସରେ ନିଜ ସ୍ୱାମୀଙ୍କୁ ହରାଇଥିଲେ। ପାଠ ପଢିବା ସହିତ ପ୍ରତୀକ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଏସବିଆଇରେ ଜଣେ ସୁଇପର ଭାବେ କାମ ଆରମ୍ଭ କରିଥିଲେ। ହେଲେ ସେ ନିଜ ପାଠପଢା କିନ୍ତୁ ଛାଡ଼ିନଥିଲେ । ଯାହାବି ଦରମା ପାଉଥିଲେ ସେଥିରୁ କିଛି ସଞ୍ଚୟ କରି ପ୍ରତୀକ ମୁମ୍ବାଇର ବିକ୍ରୋଲି ନାଇଟ୍ କଲେଜରେ ନାମ ଲେଖାଇଲେ। ଅଧ୍ୟୟନ ସମୟରେ ତାଙ୍କୁ ସହକର୍ମୀମାନେ ସମର୍ଥନ କରିଥିଲେ ଏବଂ ୧୯୯୫ ରେ ସେ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ପରେ, ପ୍ରତୀକଙ୍କୁ ସଫାଇ କର୍ମଚାରୀରୁ କିରାଣୀ ଭାବେ ପଦୋନ୍ନତି ଦିଆଯାଇଥିଲା। ଏହାପରେ ସେ ସ୍କେଲ ୪, CGM ଏବଂ ଶେଷରେ AGM କୁ ପଦୋନ୍ନତି ପାଇଲେ। ପ୍ରତୀକଙ୍କର ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ ହେତୁ ଆଜି ସେ ଏହି ସଫଳତା ପାଇଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନିତ କରିଥିଲା।